www.samajalive.in
Tuesday, December 9, 2025
16.1 C
Bhubaneswar

ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର

ସମ୍ବଲପୁର: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଅଇଁଠାପାଲିରୁ ଜମାଦାରପାଲି ଏୟାରଷ୍ଟ୍ରିପକୁ ଯାଇଥିବା ରାସ୍ତାରେ ମହେଶକୁ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରରେ ମହେଶର ବାମ ଗୋଡ଼ରେ ଗୁଳି ବାଜିଛି। ମହେଶ ନିକଟରୁ ବନ୍ଧୁକ ଓ ଗୁଳି ସହ ୪୦ ହଜାର ଟଙ୍କା ପୁଲିସ ଜବତ କରିଛି। ଏକକାଉଣ୍ଟରରେ ଗୋଡ଼ରେ ଗୁଳି ବାଜି ଆହତ ହୋଇଥିବା ମହେଶକୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ, ସୋମବାର ଅପରାଧୀ ମହେଶ କୁମାର ବନ୍ଧୁକ ଦେଖାଇ ୪୫ ହଜାର ଟଙ୍କା ଛଡାଇ ନେଇଥିବା ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ମଙ୍ଗଳବାର ସକାଳୁ ତାକୁ ଧରିବା ପାଇଁ ପୁଲିସ ପିଛା କରିବା ସମୟରେ ଅପରାଧୀ ମହେଶ କୁମାର ପୁଲିସ ଉପରକୁ ଗୁଳି ଚଳାଇଥିଲା। ଫଳରେ ପୁଲିସ ତାକୁ ଏନକାଉଣ୍ଟର କରିଥିଲା। ଗୁରୁତର ଅବସ୍ଥାରେ ମହେଶକୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିବା ନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories