www.samajalive.in
Monday, December 8, 2025
27.1 C
Bhubaneswar

ଆଇସିସି ଚାମ୍ପିଅନ୍ସ ଟ୍ରଫି: ଦୁବାଇରେ ଭାରତର ହାଟିି୍ରକ ବିଜୟ, ନ୍ୟୁଜିଲାଣ୍ଡକୁ ୪୪ରନ୍‌‌ରେ ହରାଇଲା ଭାରତ

ଦୁବାଇ: ଦୁବାଇରେ ଚାଲିଥିବା ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଭାରତର ହାଟିି୍ରକ ବିଜୟ ଲାଭ କରିଛି। ଏହି ବିଜୟ ସହ ଭାରତ ସେମିଫାଇନାଲରେ ପହଞ୍ଚିଛି।  ଆଇସିସି ଚମ୍ପିଆନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଆଜି ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ରନ୍‌‌ରେ ହରାଇ ଭାରତ ବିଜୟୀ ହୋଇଛି। ଭାରତ ନ୍ୟୁଜିଲାଣ୍ଡକୁ ୨୫୦ ରନ୍ ଟାର୍ଗେଟ ଦେଇଥିଲା। ୨୫୦ ରନ୍‌‌ ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ୨୦୫ରେ ଅଲଆଉଟ ହୋଇଯାଇଛି।  ସର୍ବାଧିକ ୫ ୱିକେଟ ହାସଲ କରି ସ୍ପିନର ବରୁଣ। ବରୁଣଚକ୍ରବର୍ତ୍ତିଙ୍କ  ଧରାଶାୟୀ କରିଛନ୍ତି।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ  ୪୪ ରନରେ ଭାରତ ପରାସ୍ତ କରିଛି। ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ପାଇଁ ୨୫୦ ରନ ଟାର୍ଗେଟ ରଖାଯାଇଥିଲା । ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫  ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କେନ ଓ୍ବିଲିୟମସନ ୮୧ ରନ କରିଥିବାବେଳେ ମିଚେଲ ସାଣ୍ଟନର ୨୮ ରନ ଓ ଓ୍ବିଲ ୟଙ୍ଗ ୨୨ ରନ କରିଥିଲେ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ।

- Advertisement -

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ହିଁ ନିଜର ତାରକା ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିଲା । ଚମ୍ପିଆନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୪୯ ରନ ସଂଗ୍ରହ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୫୦ ରନର ଲକ୍ଷ୍ୟ ହାସଲ କରିବାକୁ ପଡ଼ିଥିଲା। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତୀୟ ଦଳ ଶ୍ରେୟସ ଆୟାରଙ୍କ ଗୁରୁତ୍ଵପୂର୍ଣ୍ଣ ୭୯ ରନ ଏବଂ ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪୫ ରନ ବଳରେ ଭାରତ ୨୪୯ ରନ କରିବାକୁ ସକ୍ଷମ ହୋଇଥିଲା। ଦୁଇ ଓପନର ଯୋଡ଼ି ରୋହିତ ଶର୍ମା ଏବଂ ଶୁବମନ ଗିଲଙ୍କ ସମେତ ବିରାଟ କୋହଲି ଆଜି ବ୍ୟାଟିଂ ବିଫଳତାର ଶିକାର ହୋଇଥିଲେ। ଯାହାଫଳରେ ଦଳକୁ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନେରୀ ଘାତକ ବୋଲିଂ କରିଥିଲେ। ସେ ୮ ଓଭରରେ ୪୨ ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିଲେ। କାଇଲ ଜେମିସନ, ଓ୍ବିଲ ଓ ରୁରକେ, ମିଚେଲ ସାଣ୍ଟନର, ରଚିନ ରବୀନ୍ଦ୍ର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories