www.samajalive.in
Monday, December 8, 2025
27.1 C
Bhubaneswar

୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ ହେବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଉପରେ ଫେରସ୍ତ ହେବ ସୁଧ। ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ଫେରସ୍ତ ହେବ ସୁଧ।  ୨୦୨୪-୨୫ ଆର୍ଥିକ ବର୍ଷରେ ୩ଶହ କୋଟିର ସୁଧ ଫେରସ୍ତ କରାଯିବ। ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକଙ୍କ ୩୦୦କୋଟିର ସୁଧ ଫେରସ୍ତ କରାଯିବ। ସୁଧ ଫେରସ୍ତ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

ସୌଭାଗ୍ୟଦାୟିନୀ ଶକ୍ତିର ପ୍ରତିରୂପ ହେଉଛନ୍ତି ଆମ ସୁଭଦ୍ରା ମା’ ମାନେ । ସୁଭଦ୍ରା ମା’ମାନଙ୍କ ମଧ୍ୟରେ ରହିଛି ଅସୀମ ଶକ୍ତି । ତେଣୁ, ସେମାନେ ହେଉଛନ୍ତି “ସୁଭଦ୍ରା ଶକ୍ତି”। ସୁଭଦ୍ରା ମା’ମାନଙ୍କ ସେଇ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ଆମ ସରକାର, ଆଜି ଏହି “ସୁଭଦ୍ରା ଶକ୍ତି” ମେଳାର ଆୟୋଜନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଉଦ୍‌ଘାଟନୀ ସମାରୋହରେ କହିଛନ୍ତି।

- Advertisement -

ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଯେପରି ଜୀବିକା ଅର୍ଜନରେ ଅଧିକ ସହାୟତା ପାଇବେ ଏବଂ ଅଧିକ ପୁଞ୍ଜି ବିନିଯୋଗ କରି ନିଜ ଉଦ୍ୟୋଗକୁ ଆଗକୁ ବଢାଇବେ, ସେଥିପାଇଁ ସେମାନଙ୍କ ସୁଧଛାଡ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ରାଜ୍ୟ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ମେଳାରେ ଆୟୋଜିତ ଷ୍ଟଲ ବୁଲି ଦେଖିବା ସହିତ ସ୍ୱୟଂ ସହାୟକ ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ ସୁଭଦ୍ରା ମେଳା ଏକ ସାଂସ୍କୃତିକ ଓ ଐତିହ୍ୟ ସମ୍ପନ୍ନ ମେଳା ନୁହେଁ ବରଂ ନାରୀ ଶକ୍ତିର ବିକାଶ ଓ ସମୃଦ୍ଧିର ପ୍ରତୀକ । ଯଦି ଓଡ଼ିଶାର ମା ମାନେ, ଭଉଣୀ ମାନେ ନିରନ୍ତର ପରିଶ୍ରମ କରିବେ, ସଫଳ ହେବା ପାଇଁ ଚେଷ୍ଟା କରିବେ, ତେବେ ୨୦୩୬ ମସିହା ପୂର୍ବରୁ ଆମେ ବିକଶିତ ଓଡ଼ିଶା ଗଠନ କରିବାରେ ସକ୍ଷମ ହେବା ।

ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ ତାଙ୍କ ଅଭିଭାଷଣ ରଖିଥିବା ବେଳେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ ।

ଆଜି ଆରମ୍ଭ ହୋଇଥିବା ଏହି ସୁଭଦ୍ରା ଶକ୍ତି ମେଳାରେ ୭୦୦ ରୁ ଅଧିକ ଏସଏଚଜି ମାନେ ୩୦୦ ରୁ ଅଧିକ ଷ୍ଟଲରେ ୨୦୦ରୁ ଅଧିକ ସାମଗ୍ରୀର ପ୍ରଦର୍ଶନ କରିଛନ୍ତି । ଏହି ମେଳା ୯ ଦିନ ଧରି ଚାଲିବ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କଳାକୃତି, ମିଲେଟ ଓ ଅର୍ଗାନିକ ଉତ୍ପାଦ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଅନେକ ଉତ୍ପାଦ ସ୍ଥାନ ପାଇଛି ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories