www.samajalive.in
Saturday, December 6, 2025
26.1 C
Bhubaneswar

ଆମ ସମ୍ପର୍କ ଫେଭିକଲ ଭଳି ଅତୁଟ, କେବେ ତୁଟିବନି: ସିନ୍ଦେ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସିନ୍ଦେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଫଡନବିସଙ୍କ ସହିତ ତାଙ୍କ ସମ୍ପର୍କ ଫେଭିକଲ ଅଠା ଭଳି। କେବେ ଭାଙ୍ଗିବ ନାହିଁ। ଗତ ଗୁରୁବାର ସେ ଯେଉଁ ଇସାରା କରିଥିଲେ ତାହା ଶାସକ ମେଣ୍ଟ ପାଇଁ ନ ଥିଲା। ତାଙ୍କୁ ହାଲୁକାରେ ନ ନେବାକୁ ସେ ଯେଉଁ ଚେତାବନୀ ଦେଇଥିଲେ ତାହା ବିରୋଧୀଙ୍କ ପାଇଁ ଥିଲା ବୋଲି ସିନ୍ଦେ କହିଛନ୍ତି।

ଦିନିକିଆ ବିଦର୍ଭ ଗସ୍ତ ସମୟରେ ସିନ୍ଦେ କହିଛନ୍ତି, ଭୋଟରମାନେ ଉଦ୍ଧବ ଠାକରେଙ୍କୁ ଏପରି ଏକ ଧକ୍କା ଦେଇଛନ୍ତି ଯେ, ଶିବସେନା(ୟୁବିଟି) ସବୁଦିନ ପାଇଁ ଘରେ ବସିବାକୁ ବାଧ୍ୟ ହୋଇଛି। ଫଡନବିସଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ। ଆମ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଫେଭିକଲ ଭଳି ଅତୁଟ। ତାହା କେବେ ତୁଟିବ ନାହିଁ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories