ସମାଜ ଡିଜିଟାଲ ଡେସ୍କ: ଭାରତରେ ବୈଦ୍ୟୁତିକ କାର୍ ପ୍ରେମୀଙ୍କ ପାଇଁ ବଡ଼ ଖୁସିଖବର। ଆମେରିକୀୟ ଇଭି ନିର୍ମାତା ଟେସ୍ଲା ଚଳିତ ବର୍ଷ ଶେଷସୁଦ୍ଧା ଭାରତରେ ପାଦ ଥାପିବାକୁ ପ୍ରସ୍ତୁତି ଚଳାଇଛି। ଏଲନ ମସ୍କଙ୍କ କମ୍ପାନୀ ଏହାର ଲୋକପ୍ରିୟ ଏସୟୁଭି ମଡେଲ ଓ୍ବାଇ(Model Y) ସହ ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି।
ଟେସ୍ଲା ଭାରତରେ ଏହାର ଦାମୀ ମଡେଲଗୁଡ଼ିକ ସହ ଏଣ୍ଟ୍ରି କରିବ ଏବଂ ପରେ ଶସ୍ତା ମଡେଲ ଆଣିବାକୁ ଯୋଜନା କରିଛି। କମ୍ପାନୀ ଏହାର ବର୍ଲିନ୍ ଗିଗାଫ୍ୟାକ୍ଟ୍ରିରୁ ଭାରତକୁ ମଡେଲ ଓ୍ବାଇ ଆମଦାନୀ କରିବ। ଏହି ଇଲେକ୍ଟ୍ରିକ୍ ଏସୟୁଭି ରାଇଟ୍-ହ୍ୟାଣ୍ଡ ଡ୍ରାଇଭ୍ କନ୍ଫିଗ୍ୟୁରେସନ୍ରେ ଆସିଥାଏ, ଯାହା ଭାରତର ଡ୍ରାଇଭିଂ ସିଷ୍ଟମ୍ର ଅନୁରୂପ।
ନିକଟରେ ଭାରତ ସରକାର ଆମଦାମୀ ଶୁଳ୍କରେ ପରିବର୍ତ୍ତନ କରିଛନି। ବର୍ତ୍ତମାନ ୪୦ ହଜାର ଡଲାର(ପ୍ରାୟ ୩୪.୭ ଲକ୍ଷ)ରୁ ଅଧିକ ମୂଲ୍ୟର ପ୍ରିମିୟମ ଯାନ ଉପରେ ଶୁଳ୍କକୁ ୧୧୦%ରୁ ୭୦%କୁ ହ୍ରାସ କରିଛି। ଏହି କାରଣରୁ ଭାରତରେ ଟେସ୍ଲା ମଡେଲ ଓ୍ବାଇର ମୂଲ୍ୟ ପ୍ରାୟ ୬୦-୭୦ ଲକ୍ଷ ହୋଇପାରେ।
ତେବେ ବର୍ତ୍ତମାନ ଟେସ୍ଲାର ଭାରତରେ ମାନୁଫାକ୍ଚରିଂ ୟୁନିଟ୍ କରିବା ନେଇ କୌଣସି ଯୋଜନା ନାହିଁ। କିନ୍ତୁ ଭବିଷ୍ୟତରେ ସ୍ଥିତି ବଦଳିପାରେ। କମ୍ପାନୀ ଏହାର ପ୍ରଥମ ଶୋ’ରୁମ୍ ପାଇଁ ମୁମ୍ବଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ(ବିକେସି) ଏବଂ ଦିଲ୍ଲୀର ଏରୋସିଟିରେ ଜାଗା ଖୋଜୁଛି।
ସୂଚନାଯୋଗ୍ର, ନିକଟରେ ଟେସ୍ଲା ଭାରତରେ ନିଜ ବ୍ୟବସାୟ ପାଇଁ ମୁମ୍ବଇ ଓ ନୂଆଦିଲ୍ଲୀରେ ଅନେକ ପଦ ପଦବୀରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି।



