www.samajalive.in
Tuesday, December 9, 2025
17.1 C
Bhubaneswar

ଆଇଏଏସ ଭଳି ଆଇଜେଏସ ପରୀକ୍ଷା କରାଯିବା ଜରୁରୀ: ଚନ୍ଦ୍ରଚୂଡ଼

ସମାଜ ଡିଜିଟାଲ ଡେସ୍କ: ଦେଶରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ), ଭାରତୀୟ ପୁଲିସ ସେବା(ଆଇପିଏସ) ଭଳି ଭାରତୀୟ ଜୁଡିସିଆଲ ବା ନ୍ୟାୟିକ ସେବା(ଆଇଜେଏସ) ପରୀକ୍ଷା କରାଯିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼। ଓଟିଭିର ଫୋରସାଇଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଅଣାଯିବା ଉଚିତ। ଖାଲିପଡ଼ିଥିବା ବିଚାରପତି ପଦବୀ ତୁରନ୍ତ ପୂରଣ ହେବା ଦରକାର। ଏଥିପାଇଁ ଆଇଏଏସ ପରୀକ୍ଷା ଭଳି ଅଲ ଇଣ୍ଡିଆ ଜୁଡ଼ିସିଆଲ ସର୍ଭିସ ବ୍ୟବସ୍ଥା ଆପଣାଇବା ଆବଶ୍ୟକ। ଚନ୍ଦ୍ରଚୂଡ଼ ତଳକୋର୍ଟରେ ଚାଲିଥିବା ବିଚାର ବ୍ୟବସ୍ଥା ନେଇ ସ୍ପଷ୍ଟ ମତ ରଖିଥିଲେ। ଜିଲା ଜଜ୍‌ କୋର୍ଟ​‌ରେ ବେଲ ନ ମିଳିବା ନେଇ ସେ ଉଦବେଗ ପ୍ରକାଶ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories