www.samajalive.in
Monday, December 8, 2025
13.1 C
Bhubaneswar

ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ 

ପାଟଣା : ଜିଲ୍ଲପାଳ ବିଶାଳ ସିଂହଙ୍କ ନିର୍ଦ୍ଦେଶ ପାଳନ କରି ଆଜି କେନ୍ଦୁଝର ଜିଲ୍ଲାର ଅତିରିକ୍ତ ଜିଲ୍ଳା ଯୋଗାଣ ଅଧିକାରୀ ବୀରକିଶୋର ମାରାଣ୍ଡି ଓ ଘଟଗାଁ ବ୍ଲକ ଯୋଗାଣ ନିରୀକ୍ଷକ ଭାସ୍କର ବାରିକ ଆଜି ଘଟଗାଁ ବ୍ଲକ ଅନ୍ତର୍ଗତ ବଡମସିଣାବିଲ୍ଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଛନ୍ତି । ଆଜି ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଭାତ,ଡାଲମା ଓ ଅଣ୍ଡା ସହ ସୋମବାର ଆମିଷ ଖାଉ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଛୁଇଁ ଭଜା ହୋଇଥିଲା । ଅତିରିକ୍ତ ଜିଲ୍ଳା ଯୋଗାଣ ଅଧିକାରି ମାରାଣ୍ଡି ମଧ୍ୟାହ୍ନ ଭୋଜନ ନିଜେ ଖାଇ ସନ୍ତୁଷ୍ଟ ଥିବା ମତ ରଖିବା ସହ ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା ମଧ୍ଯ ଭଲ ଥିବା କହିଥିଲେ । ଆଜି ଜିଲ୍ଲାପାଳଙ୍କର ଘଟଗାଁ ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ସମୟରେ ସେ ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କୁ ବଡମସିଣାବିଲ୍ଲା ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନ ବ୍ୟବସ୍ଥା ତଦାରଖ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ଯୋଗାଣ ନିରୀକ୍ଷକ ପାଳନ କରିଥିଲେ ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories