www.samajalive.in
Monday, December 8, 2025
17.1 C
Bhubaneswar

ପୁଣି ମାର୍ଚ୍ଚ ୩୧ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି: ଅପଡେଟ୍ କଲେଣି ୯୦ ପ୍ରତିଶତ ଲୋକ

ଭୁବନେଶ୍ଵର :  ମାର୍ଚ୍ଚ ୩୧ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ନେଟ୍‌ଓ୍ବାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେଓ୍ବାଇସି ଅପଡେଟ୍ ହେଉନାହିଁ। ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରଖି ପଞ୍ଚମ ଥର ପାଇଁ ରାଜ୍ୟ ସରକାର କେ-ଓ୍ବାଇସି ଅବଧିକୁ ବୃଦ୍ଧି କରିଛନ୍ତି। ରାଜ୍ୟର ମୋଟ୍ ୩୪୧ ପଏଣ୍ଟରେ ନେଟ୍ଓ୍ବର୍କ ଡିଭାଇସ୍ ଲଗାଯିବ। ୧୧୧ଟି ସ୍ଥାନରେ ସ୍ଲୋ ନେଟଓ୍ବର୍କ ଏବଂ ୨୩୦ଟି ସ୍ଥାନରେ ଜିରୋ ନେଟ୍ଓ୍ବର୍କ ରହିଛି। ୯୦ ପ୍ରତିଶତ ଲୋକ ଇ-କେଓ୍ବାଇସି ଅପଡେଟ୍ କରିଥିବାବେଳେ ଆହୁରି ୩୩ ଲକ୍ଷ ବାକି ଅଛନ୍ତି। ନେଟ୍‌ଓ୍ବର୍କ ସମସ୍ୟା ସହ ବିଭିନ୍ନ କାରଣରୁ ଲୋକମାନେ ଇ-କେଓ୍ବାଇସି କରିନାହାନ୍ତି। ୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ ଜଣ ଇ-କେଓ୍ବାଇସି କରିସାରିଲେଣି। କୌଣସି ସମସ୍ୟା ଥିଲେ ଟ୍ରୋଲ୍ ଫ୍ରି ନଂ ୧୯୬୭କୁ କଲ୍‌ କରି ବୁଝିପାରିବେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories