www.samajalive.in
Sunday, December 7, 2025
13.1 C
Bhubaneswar

ନବୀନଙ୍କ ତାଗିଦ ପରେ ସନାତନ କହିଲେ-ମୁଁ ବିଜେଡି ସହିତ ଅଛି, ରହିବି

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ବିଜେଡି ସରକାରର ପତନ ପରେ ଜଣକ ପରେ ଜଣେ ନେତା ଦଳ ବଦଳାଉଥିବା ଦେଖାଯାଇଛି। ବର୍ତ୍ତମାନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବିଜେପି ମୁହାଁ ହେଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ତେ​‌ବେ ନିଜେ ସନାତନ ଏହାକୁ ଖଣ୍ଡନ କରିଛନ୍ତି। ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନାଙ୍କୁ ତାଗିଦ କରିବା ପରେ ସେ କହିଛନ୍ତି, ମୁଁ ବିଜେଡି ସହିତ ଅଛି ଆଉ ରହିବି ମଧ୍ୟ। କିନ୍ତୁ ନବୀନ ତାଙ୍କୁ ତାଗିଦ କରି ନ ଥିବା ସନାତନ କହିଛନ୍ତି।

ଗୁରୁବାର ବିଧାନସଭାରେ ପ୍ରବେଶ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ବିଧାୟକ ସନାତନ ମହାକୁଡ଼ ମୁହାଁମୁହିଁ ହୋଇଥିଲେ। ସନାତନ ଦଳର କେତେକ ବୈଠକରେ ଯୋଗଦେଉ ନ ଥିବାରୁ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ନବୀନ ସନାଙ୍କୁ ଦେଖିବା ପରେ ତାଙ୍କ ସହ କଥା ହୋଇଥିଲେ। ବୈଠକକୁ କାହିଁକି ଆସୁନ ବୋଲି ପଚାରିଥିଲେ। ସନାତନ ଉତ୍ତରରେ କହିଥିଲେ ଦେହ ଖରାପ ଅଛି। ନବୀନ ତାଙ୍କୁ ବିଜେପିକୁ ଯାଉଥିବା କଥା ବି ପଚାରିଥିଲେ। ସନାତନ ମନା କରିଥିଲେ।

- Advertisement -

ତେବେ ନବୀନ ଏବଂ ସନାତନଙ୍କ ଏହି ବାର୍ତ୍ତାଳାପ କିଛି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ବେଶ ଚର୍ଚ୍ଚା ଜୋରି ଧରିଛି। ଅନ୍ୟପଟେ ନବୀନଙ୍କ ଏପରି ତାଗିଦ ପରେ ସନାତନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ବିଜେଡିରେ ଅଛନ୍ତି ଏବଂ ରହିବେ ମଧ୍ୟ। ସେ ଦଳଠାରୁ ଦୂରେଇ ନାହାନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଉଛନ୍ତି ଏବଂ ଅଞ୍ଚଳର ବିକାଶ କଥା ଆଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପିର ନୁହନ୍ତି। ନବୀନ ଦଳର ସଭାପତି, ତାଙ୍କର ପ୍ରଶ୍ନ କରିବାର ଅଧିକାର ରହିଛି ବୋଲି ସନା କହିଥିଲେ। ଅନ୍ୟପଟେ ନବୀନ ସନାଙ୍କୁ ବିଜେପିକୁ ଯାଉଛ ବୋଲି ପଚାରିବା କଥାକୁ ସନାତନ ଅସ୍ବୀକାର କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories