www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: ମା’ ଆଖିରେ ଲଙ୍କାଗୁଣ୍ଡ ପକାଇ ପୁଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ସମାଜ ଡିଜିଟାଲ ଡେସ୍କ: ମା’ ଆଖିରେ ଲଙ୍କାଗୁଣ୍ଡ ପକାଇ ପୁଅକୁ ଅପହରଣ କରିନେଲେ ଦୁର୍ବୃତ୍ତ। ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି। ଘଟଣାଟି ମଧ୍ୟପ୍ରଦେଶ ଗ୍ବାଲିଅର ସହରର ଜୈନ ମନ୍ଦିର ମୁଖ୍ୟ ରାସ୍ତାରେ ଗୁରୁବାର ସକାଳ ୬ଟାରେ ଏହି ଘଟଣା ଘଟିଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅପହୃତ ଶିଶୁକୁ ଉଦ୍ଧାର କରିବା ଲାଗି ଜୋରଦାର ଉଦ୍ୟମ ଚଳାଇଛି। ପିଲାଟି ବିଷୟରେ ତଥ୍ୟ ପ୍ରଦାନ କଲେ ୩୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।


ସୂଚନା ଅନୁସାରେ, ଗ୍ବାଲିଅର ସହରର ମୁରାରସ୍ଥିତ ସିପି କଲୋନୀରେ ରାହୁଲ ଗୁପ୍ତା ନାମକ ବ୍ୟବସାୟୀଙ୍କ ସ୍ତ୍ରୀ ତାଙ୍କ ଛୋଟ ପୁଅକୁ ସ୍କୁଲରେ ଛାଡ଼ିବା ଲାଗି ଘରୁ ବାହାରିଥିଲେ। ଘରଠାରୁ କିଛି ବାଟ ଆସିବା ପରେ ଏକ ଲାଲ୍‌ ରଙ୍ଗର ପଲସର ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ରାସ୍ତା ଅଟକାଇଥିଲେ। ପରେ ସେମାନେ ଲଙ୍କାଗୁଣ୍ଡ ମହିଳାଙ୍କ ଆଖିରେ ପକାଇ ପୁଅକୁ ଉଠାଇ ନେଇଥିଲେ। ଏହି ଅପହରଣର ସମ୍ପୂର୍ଣ୍ଣ ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

- Advertisement -

ଘଟଣା ପରେ ମହିଳା ଜଣକ ଚିତ୍କାର କରିଥିଲେ। ଫଳରେ ଆଖପାଖର ଲୋକମାନେ ଦୌଡ଼ି ଆସିଥିଲେ। ତୁରନ୍ତ ପୁଲିସକୁ ସୂଚନା ଦିଆଯାଇଥିଲା। ସ୍ପଷ୍ଟ ଦିବାଲୋକରେ ଏପରି ଅପହରଣ ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories