www.samajalive.in
Sunday, December 7, 2025
15.1 C
Bhubaneswar

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ: ବଢୁଛି ଯନ୍ତ୍ରଣା, ଶୁଣୁଛି କିଏ ?

ଭୁବନେଶ୍ୱର : ବାହାର ଚକାଚକ୍, ହେଲେ ଭିତରେ ଅବ୍ୟବସ୍ଥା। ବାହାରୁ ଦେଖିଲେ କୌଣସି ପାର୍କଠାରୁ କମ୍ ଲାଗିବ ନାହିଁ, ହେଲେ ଭିତରକୁ ଯିବା ପରେ ଅସଲ ସ୍ଥିତି ଜଣାପଡ଼ୁଛି। ଚିକିତ୍ସା ସେବାରେ ବିଳମ୍ବ ହେଉଥିବାବେଳେ ଦୁର୍ଗନ୍ଧରେ ଫାଟିପଡୁଛି। ପୂର୍ବ ଅପେକ୍ଷା ରୋଗୀଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ।  ପୂର୍ବ ଅପେକ୍ଷା ରୋଗୀ ସଂଖ୍ୟା ବଢ଼ିଥିବାବେଳେ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ବିଶେଷକରି ଦିନରେ ଧାଡ଼ି ଯନ୍ତ୍ରଣାରେ ରୋଗୀ ଓ ସମ୍ପର୍କୀୟ ଛଟପଟ ହେଉଥିବାବେଳେ ଏବେ ରାତିରେ ଅସୁବିଧା ଭୋଗ କରୁଛନ୍ତି ।  ଯଦି କୌଣସି ବିଭାଗୀୟ ଡାକ୍ତର ଆଶୁଚିକିତ୍ସା କେନ୍ଦ୍ରରେ ନରୁହନ୍ତି ତେବେ କାଲିକି ଆସି ଓପିଡି ଦେଖାଇବାକୁ କହୁଛନ୍ତି।

ରାତିରେ କିଛି ଅସୁବିଧା ହେଲେ ତ୍ବରିତ ସମାଧାନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପରଦିନ ୧୦ଟା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ପଡୁଛି। ଏହାପରେ ବି ସମାଧାନ ହେଉନଥିବା ଜଣାପଡ଼ିଛି। ନିଜ ସମ୍ପର୍କୀୟ ଭାଇକୁ ନେଇ ଆସିଥିଲେ ରାଜଧାନୀ ଉପକଣ୍ଠର ମାଧବ ଦାସ । ଅପରାହ୍ନରେ ବେକ ଏବଂ ଗଳାରେ କଷ୍ଟ ଅନୁଭବ କରିଥିଲେ। ମାତ୍ର ତାଙ୍କୁ ସଠିକ୍ ଚିକିତ୍ସା ପ୍ରଦାନ କରାଗଲା ନାହିଁ ଏବଂ  ଓପିଡିରେ ଦେଖାଇବାକୁ ପରାମର୍ଶ ଦିଆଗଲା। ଏହା ହେଉଛି କ୍ୟାପିଟାଲ ହସ୍ପିଟାଲର ବାସ୍ତବ ଚିତ୍ର ।

- Advertisement -

ଓପିଡି ସମୟ ପରେ ଆସିଲେ ରୋଗୀ ନାହିଁ ନଥୁବା ଅସୁବିଧା ଭୋଗୁଛନ୍ତି। ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରେ ଲମ୍ବା ଧାଡ଼ି ଲଗାଇ ଠିଆ ହେବା ବ୍ୟତୀତ ଉପାୟଶୂନ। ଅପରାହ୍ନରେ ଧାଡ଼ିରେ ଠିଆ ହେଲେ ଡାକ୍ତରଙ୍କ ସହିତ ପରାମର୍ଶ ପାଇଁ ସନ୍ଧ୍ୟା ହୋଇଯାଉଛି। କିଛି ଲୋକ ଲମ୍ବା ଧାଡ଼ି ଦେଖ୍ ଭୟରେ ଅନ୍ୟ ହସ୍ପିଟାଲକୁ ପଳାଉଛନ୍ତି। ଅନ୍ୟପକ୍ଷରେ ଗୁରୁତର ରୋଗୀ ଆସିଲେ ଟିକଟ କାଟିବା ମଧ୍ୟ ସମସ୍ୟା ହେଉଛି।

ଛୁଟିଦିନରେ ୱାର୍ଡରେ ରହୁଥ‌ିବା ରୋଗୀ ମଧ୍ୟ ଅନେକ ସମସ୍ୟା ଭୋଗୁଛନ୍ତି। କୌଣସି ରୋଗୀ ଗୁରୁତର ହୋଇପଡ଼ିଲେ ଅବା ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଚାହିଁଲେ ମଧ୍ୟ ସମ୍ଭବ ହୋଇପାରୁନି। ଅନ୍ୟପକ୍ଷରେ ନର୍ସ କହୁଛନ୍ତି ଡାକ୍ତର ଆସିନାହାନ୍ତି ଆମେ କ’ଣ କରିବୁ । ଏଭଳି ଭାବେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ସେବା ଯୋଗାଉଛନ୍ତି ।

କିଛି ରୋଗୀଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ରାତିରେ ଫୋନ୍ କଲେ କୌଣସି ଉତ୍ତର ମିଳୁନାହିଁ। ଏଠାରେ ବହୁ ସମସ୍ୟା ରହିଥିଲେ ବି କାହାକୁ ଜଣାଇବୁ ବୋଲି କହିଛନ୍ତି। ସେହିପରି ଦୁର୍ଘଟଣା ରୋଗୀଙ୍କୁ ମଧ୍ୟ ରାତିରେ ସଠିକ୍ ଭାବେ ଚିକିତ୍ସା କରାଯାଉନଥିବା ଅଭିଯୋଗ ହୋଇଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ। ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories