www.samajalive.in
Tuesday, December 9, 2025
16.1 C
Bhubaneswar

ବଳାତ୍କାର ପୀଡ଼ିତା ନାବାଳିକା ଙ୍କୁ ଏକ ଲକ୍ଷ କ୍ଷତିପୂରଣ ପ୍ରଦାନ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ୨୦୧୫ରେ ମାଲକାନଗିରି ଜିଲାରେ ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଖୋଦ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳାତ୍କାର କରିବା ଘଟଣାରେ ପୀଡ଼ିତାଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି ବୋଲି ରାଜ୍ୟ ସରକାର ଜାତୀୟ ମାନବାଧିକାର ଆୟୋଗଙ୍କୁ ଜଣାଇଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ସଂପର୍କରେ ଏନଏଚଆରସିଙ୍କୁ ଅବଗତ କରାଇଛନ୍ତି। ପ୍ରକାଶ ଯେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଛାଉଳାମେଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୨୦୧୪ ଡିସେମ୍ବର ୨୪ରେ ପୀଡ଼ିତାଙ୍କ ଘରକୁ ଯାଇ ବିଦ୍ୟାଳୟକୁ ଆସିବା ପାଇଁ ଡାକି ଥିଲା। ପୀଡ଼ିତା ଜଣକ ବିଦ୍ୟାଳୟକୁ ଆସିବା ପରେ ପ୍ରଧାନ ଶିକ୍ଷକ ବନ୍ଧୁ ପୂଜାରୀ ତାଙ୍କୁ ଏକ ରୁମକୁ ନେଇ ଯାଇ ଚୁମ୍ବନ ଦେଇଥିଲେ। ପରେ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ଡାକି ପୀଡ଼ିତାଙ୍କୁ ଏକ ରୁମକୁ ନେଇ ୧୯ ଫ୍ରେବୃଆରୀ ୨୦୧୫ରେ ବଳାତ୍କାର କରିଥିଲା। ପରିବାର ଲୋକ ଘଟଣା ବିଷୟରେ ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ବିଦ୍ୟାଳୟରେ ପଢ଼ୁଥିବା ଜଣେ ନାବାଳିକା ପ୍ରତି ଖୋଦ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବଳାତ୍କାର କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାନବାଧିକାର କର୍ମୀ ଜୟନ୍ତ ଦାଶ ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories