www.samajalive.in
Tuesday, December 9, 2025
16.1 C
Bhubaneswar

ଏଏମୟୁ ମଧ୍ୟାହ୍ନଭୋଜନ ତାଲିକାରେ ଗୋମାଂସ ବିରିୟାନୀକୁ ନେଇ ବିବାଦ

ସମାଜ ଡିଜିଟାଲ ଡେସ୍କ: ଆଲିଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ(ଏଏମୟୁ)ର ମଧ୍ୟାହ୍ନଭୋଜନ ମେନ୍ୟୁ ବା ତାଲିକାରେ ଗୋମାଂସ ବିରିୟାନୀ ପରସାଯିବା ନେଇ ଏକ ନୋଟିସକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିବାଦ କରିଛନ୍ତି। ରବିବାର ମଧ୍ୟାହ୍ନଭୋଜନ ମେନ୍ୟୁରେ ପ୍ରଥମେ ଚିକେନ ବିରିୟାନୀ ଦିଆଯିବ ବୋଲି ନୋଟିସ ଲାଗିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦୁଇ ଜଣ ଅଧିକାରୀ ଉକ୍ତ ନୋଟିସକୁ ବଦଳାଇ ଚିକେନ ବିରିୟାନୀ ପରିବତ୍ତେ ଗୋମାଂସ ବିରିୟାନୀ ଦିଆଯିବା ନେଇ ନୋଟିସ ଲଗାଇଥିଲେ। କିଛି ଛାତ୍ରଛାତ୍ରୀଙ୍କ ଦାବି ଅନୁସାରେ ଗୋମାଂସ ବିରିୟାନୀ ଦିଆଯିବା ନେଇ କୁହାଯାଇଥିଲା। କିନ୍ତୁ ଛାତ୍ରଛାତ୍ରୀମାନେ ଏହା ଜାଣିବା ପରେ ବିରୋଧ କରିଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରତିବାଦ ଜଣାଇଥିଲେ। ଏହା ପରେ ଏଏମୟୁ ପ୍ରଶାସନ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଟାଇପିଂ ଏରର ବା ଲେଖିବା ସମୟରେ ତ୍ରୁଟି ଯୋଗୁ ଏପରି ହୋଇଥିବା ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଥିଲା। ଯେଉଁମାନଙ୍କ ଦ୍ବାରା ଏହି ତ୍ରୁଟି ହୋଇଛି ସେମାନଙ୍କୁ କାରରଦର୍ଶାଅ ନୋଟିସ ଜାରି କରାଯାଇଛି।

ଅନ୍ୟପଟେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହି ଘଟଣାରେ ପ୍ରଥମରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନ ଥିଲା। କିନ୍ତୁ ବିବାଦ ବଢ଼ିବା ପରେ ଏଏମୟୁ ପ୍ରଶାସନ ସଫେଇ ଦେଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories