www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରାଫିକ୍ ଜାମରେ ଫସିଲା ଗାଡି, ରାସ୍ତାରେ ଦୌଡିଲେ ବର

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବର କାରରୁ ଓହ୍ଲାଇ ଦୌଡି ଦୌଡି ନିଜ ବରଯାତ୍ରୀଙ୍କ ପର୍ଯ୍ୟନ୍ତ ଯାଉଥିବା ନଜର ଆସୁଛି । ଏହି ଭିଡିଓ ଦେଖି କିଛି ୟୁଜର୍ସ ବର ପାଇଁ ଭାବୁକ ହେଉଥିବାବେଳେ କିଛି ୟୁଜର୍ସ ସାମାଜିକ ଗଣମାଧ୍ୟମରେ ମଜା ଉଡାଉଛନ୍ତି ।

 

View this post on Instagram

 

A post shared by Shaurya Dawar (@shourrya23)

- Advertisement -

ଇନଷ୍ଟାଗ୍ରାମରେ ଏହି ମଜାଦାର ଭିଡିଓ ସେୟାର କରାଯାଇଛି । ଏହାକୁ ଏପର୍ଯ୍ୟନ୍ତ ୨୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ତେବେ ଏହି ଘଟଣା କେଉଁ ସ୍ଥାନର ଏବଂ କେତେ ତାରିଖର କିଛି ସ୍ପଷ୍ଟ ହୋଇନି ।  ଭିଡିଓରେ ବର ବିବାହ ପୋଷାକରେ ନଜର ଆସୁଛି । ଟ୍ରାଫିକରେ ବର ଗାଡି ଫସିବା ପରେ ବର ଗାଡିରୁ ଓହ୍ଲାଇ ରାସ୍ତାରେ ଦୌଡୁଥିବା ନଜର ଆସୁଛି ।

ତେବେ ପ୍ରତିକ୍ରିୟା ରଖି କିଛି ୟୁଜର୍ସ କହୁଛନ୍ତି କି ‘ଏହା ସଙ୍କେତ ମିଳୁଛି । ଏହାକୁ ଅଣଦେଖା କରିବା ଅନୁଚିତ । ଏବେ ବି ସମୟ ଅଛି ବିବାହ କରିବା କଥା ମନରୁ କାଢି ଦିଅନ୍ତୁ ।’ ଆଉ କିଛି ମଜା କରି କହୁଛନ୍ତି କି ସେ ବିବାହ କରିବେ ନାହିଁ ବୋଲି ଠାଣି ନେଇଛନ୍ତି ଆଉ ଘରକୁ ଫେରିଯାଉଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories