www.samajalive.in
Tuesday, December 9, 2025
17.1 C
Bhubaneswar

୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୫୦୦ ସିଟ୍ ବିଶିଷ୍ଟ ବହୁମୂଖୀ ପ୍ରେକ୍ଷାଳୟ

ସମ୍ବଲପୁର : ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର ଜେଲ ଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଗୁରୁବାର ପରିଦର୍ଶନ କରି ଏହାର ବିକାଶ ପାଇଁ ଆଲୋଚନା କରିଛନ୍ତି। ସହରର ବ୍ୟସ୍ତବହୁଳ ଅଞ୍ଚଳରେ ରହିଥିବା ଏହି ସମ୍ବଲପୁରୀ ଡେରାକୁ ଯୋଜନାବଦ୍ଧ ଭାବେ ବିକଶିତ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୫୦୦ ସିଟ୍ ବିଶିଷ୍ଟ ବହୁମୂଖୀ ପ୍ରେକ୍ଷାଳୟ ପାଇଁ ଜିଲାପାଳ ସ୍ଥାନ ଚିହ୍ନଟ କରିବା ସହ ଡେରା ପରିସର ସୌନ୍ଦଯ୍ୟକରଣ କରାଯିବ ବୋଲି ସେ କହିଥିଲେ।

ସମ୍ବଲପୁରୀ ଡେରା ପରିସରରେ ବିଭିନ୍ନ ନିର୍ମାଣ ପାଇଁ ଏକ ମାଷ୍ଟର ପ୍ଲାନ ତିଆରି କରାଯିବା ପରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି କହିଥିଲେ। ସହରରେ ଖୋଳା ସ୍ଥାନର ଅଭାବ ରହିଥିବା ବେଳେ ସମ୍ବଲପୁରୀ ଡେରାରେ ଅଧିକରୁ ଅଧିକ ଖୋଳା ସ୍ଥାନ ରଖବା ପାଇଁ ପରାମର୍ଶ ଦେଇଥିଲେ। ପଶ୍ଚିମାଞ୍ଚଳ ଏକତା ମଞ୍ଚର ଅନୁରୋଧ ପରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିରେ ୨୦୧୭ ମସିହା ଗୁରୁଙ୍କ ପୂଣ୍ୟତିଥି ଅବସରରେ ତାଙ୍କ ନାମରେ ସମ୍ବଲପୁରୀ ଡେରାର ନିର୍ମାଣ କାଯ୍ୟ ଆରମ୍ଭ ହୋଇଥିଲା।

- Advertisement -

ଡେରା ପରିସରରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଗୁରୁ ବହିଦାରଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତୀ ସହ ତାଙ୍କର ସ୍ମୁତି ମଣ୍ଡପ ନିର୍ମାଣ କରାଯାଇଛି। ତେବେ ବହୁ ବର୍ଷ ଧରି ଅବହେଲିତ ହୋଇ ପଡ଼ି ରହିବା ପରେ ଏବେ ଏହାର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ପରିଦର୍ଶନ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମୌସୁମୀ ପଟେଲ ଏସଡିଓ ରାଜକୁମାର ମେହେର ପ୍ରମୁଖଙ୍କ ସହ ପଶ୍ଚିମାଞ୍ଚଲ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ସମ୍ବଲପୁରୀ ଡେରା ପରିସରରେ ପାଚେରୀ ଏବଂ ଗେଟ୍ ବ୍ୟବସ୍ଥା କରିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଜିଲାପାଳଙ୍କୁ ନିବେଦନ କରାଯାଇଥିଲା।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories