www.samajalive.in
Monday, December 8, 2025
20.1 C
Bhubaneswar

ଛଦ୍ମ ବେଶରେ ମଣ୍ଡିରେ ଜିଲ୍ଲାପାଳ: ଅନିୟମିତତା ଦେଖି ଅଧିକାରୀଙ୍କୁ ସୋ କଜ୍ ନୋଟିସ୍

ଭଦ୍ରକ: ମଣ୍ଡି ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଛାଟ। ହାଫ୍ ପ୍ୟାଣ୍ଟ  ଓ ବେକରେ ଗାମୁଛା । ମୁହଁରେ ମାସ୍କ ପିନ୍ଧି ମଣ୍ଡିରେ ପହଞ୍ଚିଲେ। ଆଉ ଚାଷୀ ମାନଙ୍କୁ ଧାନ ବିକ୍ରି କଥା କହିଥିଲେ। ଏହା ଶୁଣି  ୮ କେଜି କଟନୀଛଟନୀ ହେବ ବୋଲି ମଣ୍ଡି ଅଧିକାରୀ କହିଥିଲେ। ତେବେ ହାଫ୍ ପ୍ୟାଣ୍ଟ  ପିନ୍ଧା ମଣିଷ ଜଣକ ଚାଷୀ ନଥିଲେ , ସେ ଥିଲେ ଜିଲ୍ଲାପାଳ। ଭଦ୍ରକ ଜିଲ୍ଲାପାଳ ଚାଷୀ ବେଶରେ ମଣ୍ଡି ପରିଦର୍ଶନ କରିବା ସମୟରେ ବହୁ ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା। ଏହାକୁ ଦେଖି ରାଗି ଯାଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ସମ୍ପୃକ୍ତ ମଣ୍ଡି ଅଧିକାରୀଙ୍କୁ ସୋ କଜ୍ ନୋଟିସ୍  ଜାରି କରିଛନ୍ତି। ମଣ୍ଡିରେ କଟନୀ ଛଟନୀ ରୋକିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ମିଲର୍ସ ମାନଙ୍କୁ ତାଗିଦ୍ କରାଯାଉଛି। ହେଲେ ଭଦ୍ରକ ଜିଲ୍ଲାରେ ୮ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କିଛି ଦିନ ତଳେ ଯୋଗାଣ ମନ୍ତ୍ରୀ ଭଦ୍ରକ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଥିଲେ। କିନ୍ତୁ ତାପରେ ବି କଟନୀଛଟନୀ କମିନଥିଲା।  ଯାହାକୁ ନେଇ ରବିବାର ଜିଲ୍ଲାପାଳ ନିଜକୁ ଚାଷୀର ପରିଚୟ ଦେଇ ମଣ୍ଡି ପରିଦର୍ଶନ କରିଥିଲେ। ଏବଂ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories