www.samajalive.in
Sunday, December 7, 2025
15.1 C
Bhubaneswar

୪ରେ ପ୍ରସିଦ୍ଧ ମାଘ ସପ୍ତମୀ: ଚନ୍ଦ୍ରଭାଗା ବୁଡ଼ ପାଇଁ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା

ପୁରୀ/କୋଣାର୍କ: ଚଳିତ ମାସ ୪ରେ ପ୍ରସିଦ୍ଧ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ଼ ପାଇଁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ରହିଛି। ଏନେଇ ପୁଲିସ ପକ୍ଷରୁ ରବିବାର ଗାଡ଼ି ଚଳାଚଳ କଟକଣା ଜାରି କରାଯାଇଛି। ବୁଡ଼ ପାଇଁ ଆସୁଥିବା ଯାତ୍ରୀ ଏବଂ ଗାଡ଼ି ଚାଳକ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୩୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ୬ ଅତିରିକ୍ତ ଏସ୍‌ପି, ୧୩ ଡିଏସ୍‌ପି, ୩୯ ଆଇଆଇସି, ୧୧୬ ଏଏସଆଇ, ୨୮ ହାବିଲଦାର, ୧୨୭ କନଷ୍ଟେବଳ, ୧୬ ଟ୍ରାଫିକ ପୁଲିସ, ୩୬୪ ହୋମଗାର୍ଡ଼ ସହିତ ବୋମା ନିଷ୍କ୍ରିୟକାରୀ ଟିମ୍‌ ମୁତୟନ ହେବେ।

ପୁରୀରୁ ଯାଉଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ରାମଚଣ୍ଡୀ ଥାନା ନିକଟରେ ପାର୍କିଂ କରିବେ। ସେହିଠାରୁ ପୁରୀ ଅଭିମୁଖେ ଫେରିବାକୁ କୁହାଯାଇଛି। ନିମାପଡ଼ା ଓ କାକଟପୁର ଆଡୁ ଆସିବାକୁ ଥିବା ବସ୍‌ କୋଣାର୍କ ହେଲିପ୍ୟାଡ୍‌ରେ ପାର୍କିଂ କରିବେ ଏବଂ ସେହି ରାସ୍ତା ଦେଇ ପ୍ରତ୍ୟାବର୍ତ୍ତନ କରିବେ। ପୁରୀରୁ ଯାଉଥିବା ଚାରିଚକିଆ ଗାଡ଼ି ପାଇଁ ରାମଚଣ୍ଡୀ ଥାନା ଏବଂ ନିମାପଡ଼ା ଓ କାକଟପୁରରୁ ଆସୁଥିବା ଚାରିଚକିଆ ଗାଡ଼ି ପାଇଁ କୋଣାର୍କ ହେଲିପ୍ୟାଡ୍‌ରେ ପାର୍କିଂ ବ୍ୟବସ୍ଥା କରାଯିବ। କୋଣାର୍କ ହେଲି ପ୍ୟାଡରେ ସ୍ଥାନାଭାବ ଦେଖାଦେଲେ ଚାରିଚକିଆ ଗାଡ଼ିଗୁଡିକୁ ଭାରତୀୟ ତୈଳ ନିଗମ ପାର୍କିଂ ଏବଂ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ସଂଗ୍ରହାଳୟ ନିକଟ ସ୍ଥାନରେ ପାର୍କିଂ କରାଯିବ।

- Advertisement -

ପୁରୀରୁ ଯାଉଥିବା ମୋଟରସାଇକଲ ଲାଇଟ ହାଉସ ବାମ ପାର୍ଶ୍ୱରେ ପାର୍କିଂ କରିବେ ଏବଂ ସେହିଠାରୁ ପୁରୀ ଅଭିମୁଖେ ଫେରିବା ବ୍ୟବସ୍ଥା ବ୍ୟବସ୍ଥା ରହିଛି। ନିମାପଡ଼ା ଓ କାକଟପୁର ଆଡୁ ଆସିବାକୁ ଥିବା ଦୁଇଚକିଆ ଗାଡ଼ିଗୁଡ଼ିକ ପାଇଁ କୋଣାର୍କ ହେଲିପ୍ୟାଡ୍ ନିକଟରେ ପାର୍କିଂ ବ୍ୟବସ୍ଥା ହୋଇଛି। ସେଠାରେ ସ୍ଥାନାଭାବ ଦେଖାଗଲେ ଭାରତୀୟ ତୈଳ ନିଗମର ପାର୍କିଂ ଓ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ସଂଗ୍ରହାଳୟ ନିକଟରେ ପାର୍କିଂ କରିବେ। ୩ ତାରିଖ ରାତି ୧୨ଟାରୁ ୪ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଏହାଛଡ଼ା ଜୁଣେଇ ବଜାର ଛକରୁ ନାଲକଣା, ସୁତନ ଓ ବାଲି କପିଳେଶ୍ୱର ପର୍ଯ୍ୟନ୍ତ ଟିକିନା ଛକ ରାସ୍ତାକୁ କଣ୍ଟିଜେନ୍ସି ଯାତାୟାତ ରାସ୍ତା ଭାବେ ବ୍ୟବହାର କରାଯିବ। ଏହିସବୁ କଟକଣା କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ। ଦ୍ରୁତଗତିରେ ଗାଡ଼ି ଚଳାଚଳ ସମେତ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଯାତ୍ରୀ ପରିବହନ, ଅଧିକ ଭଡ଼ା ଆଦାୟ ଏବଂ ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଗାଡ଼ି ପାର୍କିଂ କଲେ ସମ୍ପୃକ୍ତ ଗାଡ଼ି ମାଲିକ ଓ ଚାଳକଙ୍କ ବିରୋଧରେ ତତ୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଞ୍ଚଳିକ ପରିବହନ ଅଧିକାରୀ, ମୋଟର ଯାନ ନିରୀକ୍ଷକ ଏବଂ ପୁଲିସ ଅଧିକାରୀଙ୍କୁ ନେଇ ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ବିଭିନ୍ନ ବିଭାଗର ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ତଦାରଖ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ସ୍ନାନ ନେଇ ସମସ୍ତପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories