www.samajalive.in
Monday, December 8, 2025
27.1 C
Bhubaneswar

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ

ଡେସ୍କ: କଟକ ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନ ଟିକେଟ୍ ବିକ୍ରି ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସୂଚନା ଅନୁଯାୟୀ ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ହେବ। ଜମାଟୋର ‘ଡିଷ୍ଟ୍ରିକ୍ଟ’ ଆପ୍ କିମ୍ବା ଏହାର ୱେବସାଇଟ୍ (district.in)ରେ ଅନଲାଇନ୍ ଟିକେଟ୍ ବିକ୍ରି ହେଉଛି।

କେମିତି କରିବେ ଅନଲାଇନ୍ ଟିକେଟ ବୁକିଂ:
୧. ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଆପ୍ ଷ୍ଟୋରରୁ ଡିଷ୍ଟ୍ରିକଟ ଆପ ଡାଉନଲୋଡ୍ କରନ୍ତୁ କିମ୍ବା district.in ୱେବସାଇଟ୍ ଖୋଲନ୍ତୁ
୨. ବାରବାଟୀ ମ୍ୟାଚ୍ ବ୍ୟାନର ଉପରେ କ୍ଲିକ କରନ୍ତୁ
୩. ବୁକ୍ ଟିକେଟ୍ ବଟନ୍ ଉପରେ କ୍ଲିକ କରନ୍ତୁ
୪. ଭର୍ଚୁଆଲ କ୍ୟୁରେ ପ୍ରବେଶ କରନ୍ତୁ
୫. ବାଏ ନାଓ ବିଭାଗରେ ନିଜ ପସନ୍ଦର ଷ୍ଟାଣ୍ଡ ଏବଂ ଟିକେଟ୍ ସଂଖ୍ୟା ଚୟନ କରନ୍ତୁ (ସର୍ବାଧିକ ୨ଟି)
୬. ୟୁପିଆଇ, ନେଟ୍ ବ୍ୟାଙ୍କିଙ୍ଗ୍, କିମ୍ୱା ଅନ୍ତର୍ଜାତୀୟ କ୍ରେଡିଟ୍ କାର୍ଡ ବ୍ୟବହାର କରି ୧୦ ମିନିଟ୍ ମଧ୍ୟରେ ଦେୟ ସମ୍ପୂର୍ଣ୍ଣ କରନ୍ତୁ
୭. ଦେୟ ଦେବା ପରେ, ଟିକେଟ୍ ରିଡ଼ିମ୍ପସନ୍ ପାଇଁ ଏକ କ୍ୟୁଆର କୋଡ୍ ସମେତ ଆପ୍ ଏବଂ ଇମେଲ୍ ମାଧ୍ୟମରେ କନଫର୍ମେସନ୍ ପାଇବେ
୮. ଫେବ୍ରୁଆରି ୭ରୁ ୯ ତାରିଖ ପର୍ଯ୍ୟନ୍ତ କଟକ କେମ୍ବ୍ରିଜ୍ ସ୍କୁଲ କିମ୍ବା ଭୁବନେଶ୍ୱରର କିଟ୍ ବିଶ୍ବବିଦ୍ୟାଳୟର ନିର୍ଦ୍ଧାରିତ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରନ୍ତୁ

- Advertisement -

କଟକ ଭାରତ-ଇଂଲଣ୍ଡ ବାରବାଟୀ ଷ୍ଟାଡିୟମ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଟିକେଟ ମୂଲ୍ୟ:
ଗ୍ୟାଲେରୀ ନମ୍ବର ୭: ୭୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା
ସ୍ପେଶାଲ ଏନକ୍ଲୋଜର: ୬ ହଜାର ଟଙ୍କା
ଏସି ଗ୍ୟାଲେରୀ ବକ୍ସ: ୮ ହଜାର ଟଙ୍କା
ନିଉ ପାଭିଲିଅନ: ୧୦ ହଜାର ଟଙ୍କା

କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ଫେବ୍ରୁଆରି ୯ ତାରିଖ ଅପରାହ୍ନ ୧ଟା ୩୦ରୁ ଆରମ୍ଭ ହେବ ଏବଂ ମ୍ୟାଚ୍ ଆରମ୍ଭ ହେବାର ଅଢ଼େଇ ଘଣ୍ଟା ପୂର୍ବରୁ ଦର୍ଶକ ଷ୍ଟାଡିୟମରେ ପ୍ରବେଶ କରିବେ। ସେହିପରି ଫେବ୍ରୁଆରି ୫ ଓ ୬ ତାରିଖରେ ବାରବାଟୀ ଷ୍ଟାଡିୟମର କାଉଣ୍ଟରରୁ ଅଫଲାଇନ୍ ଟିକେଟ୍ କିଣାଯାଇପାରିବ।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories