www.samajalive.in
Monday, December 8, 2025
27.1 C
Bhubaneswar

ରମେଶକୁ ପଥରରେ ଛେଚି ହତ୍ୟାକରିବା ଘଟଣା, ପୁନିଆକୁ ହାଇଦ୍ରାବାଦରୁ ଗିରଫ କଲା କେରଳ ପୁଲିସ

ବାସୁଦେବପୁର: ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ବାସୁଦେବପୁର ଥାନାରେ କେରଳ ପୁଲିସ ପହଞ୍ଚିବା ପରେ କୌଶଳକ୍ରମେ ପୋଲିସକୁ ଚକମା ଦେଖାଇ ଫେରାର ହୋଇଯାଇଥିବା ପୁନିଆକୁ ଆଜି ହାଇଦ୍ରାବାରୁ ଗିରଫ କରିଛି କେରଳ ପୁଲିସ। ୨୦୨୪ ଡିସେମ୍ବର ୨୧ ତାରିଖରେ ସହଯୋଗୀ ମେଘୁଆ ମଳିକ ଗିରଫ ହୋଇଥିଲା। କେରଳ ପୁଲିସ ହାତରେ ମେଘୁଆ ମଳିକ ଆସିବା ପରେ କେରଳ ରାଜ୍ୟର ଭାଲୁପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା ।

ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ଥାନା ଅଧୁନ ଅଡୁଆଁ ଗ୍ରାମର ନାରାୟଣ ମଳିକଙ୍କ ପୁଅ ରମାକାନ୍ତ(ପୁନିଆ) ଓ ବାଲେଶ୍ବର ଜିଲା ଗୋପାଳପୁର ଥାନା ତାଳପଦା ଗ୍ରାମର ଧ୍ରୁବ ଦାସଙ୍କ ପୁଅ ରମେଶ କେରଳ ରାଜ୍ୟ କନୁର ଜିଲା ଭାଲୁପାଟଣା ଠାରେ ଏକ ମାଛମାରିବା ବୋଟରେ କାମ କରିଆସୁଥିଲେ । ତେବେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଚସା ହେବା ପରେ ଡିସେମ୍ବର ୨ ତାରିଖ ରାତିରେ ରମେଶ ଶୋଇଥିନା ଅବସ୍ଥାରେ ପଥରରେ ଛେଚି ତାକୁ ହତ୍ୟା କରାଯାଇଥିବା ଏଏସଆଇ ସାହାଜୀ କହିଛନ୍ତି । ଏହି ଘଟଣା ପରେ ଗୋଟିଏ ରୁମରେ ଚାରିଜଣ ରହି ଆସୁଥିବା ପୁଲିସ ସୁତ୍ରରୁ ଜାଣିବାକୁ ମିଳିଛି ।

- Advertisement -

ଏଏସଆଇ ସାକାଜୀଙ୍କ ନେତୃତ୍ୱରେ ତିନିଜଣିଆ ଟିମଡିସେମ୍ବର ୨୦ ତାରିଖରେ ବାସୁଦେବପୁରରେ ପହଞ୍ଚିଥିଲା । ତେବେ ମୃତଦେହକୁ ପୁଲିସ ଜବତ କରି ଥାନା କେଶ ନଂ ୯୩୯/୨୪ ବଳରେ ମାମଲା ରୁଜୁ କରିଥିଲା । ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହିତ ରମେଶର ପରିବାର ଓ ପୁନିଆର ମୋବାଇଲ ନମ୍ବରକୁ ଫୋନ କରିଥିଲା । ଘଟଣା ପରଠାରୁ ପୁନିଆ ଫେରାର ହେବାକୁ ନେଇ ପୁଲିସର ସନ୍ଦେହ ବଢିବା ସହିତ ପୁନିଆ ନିଜ ଗାଁକୁ ଫେରିବା ପରେ ଆତ୍ମଗୋପନ କରି ରହୁଥିବା ଜାଣିବାକୁ ପାଇଥିଲା I ଶେଷରେ ଆଜି ହାଇଦ୍ରାବାଦରୁ ପୁନିଆକୁ ଗିରଫ କରିଛି କେରଳ ପୁଲିସ । ନିଜ ବାପାଙ୍କ ଦେହାନ୍ତ ପରେ ପୂନିଆ ଓ ତାର ମାଆ ଅଢୁଆଁସ୍ଥିତ ମାମୁଁ ଘର ଗାଁରେ ରହି ଆସୁଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories