www.samajalive.in
Monday, December 8, 2025
13.1 C
Bhubaneswar

କିନ୍ନର ଆଖଡ଼ାରୁ ବିଦା ହେଲେ ମମତା କୁଲକର୍ଣ୍ଣି

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଇତିମଧ୍ୟରେ ଊନବିଂଶ ଦିବସରେ ଉପନୀତ ହୋଇଛି। ଶାହୀ ସ୍ନାନରେ ଦଳାଚକଟା ଏବଂ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣା ସତ୍ତ୍ବେ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି। ଏହାବ୍ୟତୀତ ବିବାଦରୁ ମହାକୁମ୍ଭ ମଧ୍ୟ ବାଦ ପଡିନାହିଁ। ବଲିଉଡର ବିଗତ ଦିନର ନାୟିକା ମମତା କୁଲକର୍ଣ୍ଣି କିଛି ଦିନ ପୂର୍ବେ ମହାକୁମ୍ଭକୁ ଆସି କିନ୍ନର ଆଖଡାରେ ସାମିଲ ହୋଇଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମମତାଙ୍କୁ ମହାମଣ୍ଡଳେଶ୍ବର ଉପାଧି ମିଳିଥିବା ପ୍ରସଙ୍ଗକୁ ନେଇ ଉକ୍ତ ଆଖଡାରେ ବିତର୍କର ସୂତ୍ରପାତ ହୋଇଥିଲା। ତେବେ କିନ୍ନର ଆଖଡା ପ୍ରତିଷ୍ଠାତା ଋଷି ଅଜୟ ଦାସ ଶୁକ୍ରବାର ମମତା କୁଲକର୍ଣ୍ଣି ଏବଂ ଆଚାର୍ଯ୍ୟ ମଣ୍ଡଳେଶ୍ବର ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ଆଖଡାରୁ ବିଦା କରିଥିବା ଜଣାପଡିଛି। ଋଷି ଅଜୟ ଦାସଙ୍କ ବିନା ଅନୁମତିରେ ଲକ୍ଷ୍ମୀନାରାୟଣ ମମତାଙ୍କୁ ମହାମଣ୍ଡଳେଶ୍ବର ନିଯୁକ୍ତ କରିଥିବାରୁ ତାଙ୍କୁ ମଧ୍ୟ ଆଖଡାରୁ ବହିଷ୍କାର କରାଯାଇଛି। କିନ୍ନର ଆଖଡାର ସମ୍ମାନ ଓ ସଂସ୍କୃତି ପ୍ରତି ଏମାନେ ବିପଦ ସୃଷ୍ଟି କରିଥିବାରୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଅଜୟ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି। ଏପରିକି ୨୦୧୯ରେ ଅଜୟ ଦାସଙ୍କ ବିନା ଅନୁମତିରେ ଲକ୍ଷ୍ମୀନାରାୟଣ ଜୁନା ଆଖଡା ସହ ଏକ ରାଜିନାମା ସ୍ବାକ୍ଷର କରିଥିଲେ ଯାହା ସମ୍ପୂର୍ଣ୍ଣ ଅବୈଧ ବୋଲି ସେ କହିଛନ୍ତି। ମମତାଙ୍କ ଅପରାଧିକ ରେକର୍ଡ ଥିବାବେଳେ ତାଙ୍କୁ କିଭଳି ଆଖଡାରେ ସାମିଲ କରାଗଲା ଏବଂ ମହାମଣ୍ଡଳେଶ୍ବର ଭଳି ଉପାଧି ଦିଆଗଲା, ତାହାକୁନେଇ ଅଜୟ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷରେ ଅଜୟ ଦାସଙ୍କ ଏତାଦୃଶ ନିଷ୍ପତ୍ତିକୁ ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ରବୀନ୍ଦ୍ର ପୁରି ତୀବ୍ର ସମାଲୋଚନା କରିଛନ୍ତି। ମମତା ଏବଂ ଲକ୍ଷ୍ମୀନାରାୟଣ କିନ୍ନର ଆଖଡା ସଦସ୍ୟ ଭାବେ କାର୍ଯ୍ୟ କରିବା ସହ ଅମୃତ ସ୍ନାନରେ ଅଂଶଗ୍ରହଣ କରିବେ ବୋଲି ରବୀନ୍ଦ୍ର ସ୍ପଷ୍ଟ କରିଛନ୍ତି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories