ଭୋପାଳ: ଜୟଶ୍ରୀ ଗାୟତ୍ରୀ ଫୁଡ୍ ପ୍ରଡକ୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଉପରେ ଚଢାଉ ପରେ କମ୍ପାନୀ ନିର୍ଦ୍ଦେଶକ କିଶନ ମୋଦୀଙ୍କ ପତ୍ନୀ ୩୧ ବର୍ଷିୟା ପାୟଲ ମୋଦୀ ବିଷ ପିଇ ଦେଇଛନ୍ତି। ଗୁରୁବାର ରାତିରେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଚିକିତ୍ସା ଚାଲିଛି। ପୁଲିସ କହିଛି ଯେ, ଆତ୍ମହତ୍ୟା ଉଦ୍ୟମର କାରଣ ନେଇ ତଦନ୍ତ ଜାରି ରହିଛି। ପୁଲିସକୁ ପାୟଲଙ୍କ ସୁଇସାଇଡ୍ ନୋଟ୍ ମିଳିଛି, ଯେଉଁଥିରେ ସେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଜୟଶ୍ରୀ ଗାୟତ୍ରୀ ଫୁଡ୍ ପ୍ରଡକ୍ଟ୍ସ ପ୍ରାଇଭେଟ ଲିମିଟେଡ୍ର ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିଥିଲା। ଦୁଇ ଦିନ ହେବ ଚାଲିଥିବା ଏହି ଚଢାଉରେ କମ୍ପାନୀର ଭୋପାଳ, ସିହୋର ଏବଂ ମୋରେନାସ୍ଥିତ ଠିକଣାରେ ଯାଞ୍ଚ ସମୟରେ ଏହାର ନିର୍ଦେଶକଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଇଡି।



