www.samajalive.in
Sunday, December 7, 2025
26.1 C
Bhubaneswar

ମହାକୁମ୍ଭ ଦଳାଚକଟା: ବାରିକେଡ ଭାଙ୍ଗିବାରୁ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜର ମହାକୁମ୍ଭ ମେଳାରେ ହୋଇଥିବା ଦଳାଚକଟା ଘଟଣା ନେଇ ଦେଶବ୍ୟାପୀ ଶୋକ ପ୍ରକାଶ ପାଇଛି। ବିଶ୍ବର ଅନ୍ୟତମ ପ୍ରମୁଖ ଧାର୍ମିକ ସମାବେଶ କୁହାଯାଉଥିବା ଏହି ମେଳାରେ ଦେଶର ପ୍ରତି କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଯୋଗ ଦେଇଛନ୍ତି। ବୁଧବାର ହୋଇଥିବା ଦଳାଚକଟା ଘଟଣା ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି କରିଛି। ଫେବୃଆରୀ ୨୬ ତାରିଖ ପର‌୍ୟ୍ୟନ୍ତ ଏହି ମେଳା ଚାଲିବାକୁ ଥିବାବେଳେ ଅବଶିଷ୍ଟ ଦିନ ବିଶେଷ କରି ଆଉ ତିନିଟି ପବିତ୍ର ସ୍ନାନ ତିଥି (ସାହି ସ୍ନାନ)ରେ ମେଳା ପରିଚାଳନା କରିବା ପ୍ରଶାସନ ପାଇଁ ବଡ ଆହ୍ବାନ ହୋଇଛି। ଶ୍ରୀପଞ୍ଚମୀ, ମାଘ ସପ୍ତମୀ ଓ ଜାଗର ଅମାବାସ୍ୟା ତିଥିରେ ବୁଡ ପକାଇବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ ହେବ। ବୁଧବାର ଦଳାଚକଟା ପରେ ସାମୟିକ ସମୟ ପାଇଁ ବୁଡ ବନ୍ଦ ରହିଥିଲା। ୧୩ଟି ଆଖଡାର ସାଧୁ ସନ୍ଥ ସେମାନଙ୍କ ବୁଡ ସ୍ଥଗିତ ରଖିଥିଲେ। ମାତ୍ର ପରେ ସେମାନେ ବୁଡ ବା ସ୍ନାନ କାର‌୍ୟ୍ୟ ସମାପନ କରିଥିଲେ। ଦଳାଚକଟା ସତ୍ତ୍ବେ ପ୍ରାୟ ୬କୋଟି ଶ୍ରଦ୍ଧାଳୁ ଆଜି ସାହି ସ୍ନାନ କରିଥିବା ଜଣାଯାଇଛି। ବୁଧବାର ହୋଇଥିବା ଦଳାଚକଟା ଘଟଣା ବାରିକେଡ ଭାଙ୍ଗିବାରୁ ହୋଇଥିବା ପୁଲିସ କହିଛି। କୁମ୍ଭ ମେଳା ପରିଚାଳନା ପାଇଁ ନିଯୁକ୍ତ ପୁଲିସ ଡିଆଇଜି ବୈଭବ କୃଷ୍ଣ କହିଛନ୍ତି ଯେ ତ୍ରିବେଣୀ ସଙ୍ଗମ ଘାଟରେ ବୁଡ ପକାଇବାକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ରାତି ପ୍ରାୟ ୧ଟାରୁ ୨ରେ ଭିଡ ହୋଇଥିଲେ। ପ୍ରାୟ ୫କୋଟି ଲୋକ ଗୋଟିଏ ଘାଟରେ ଏକାଠି ହେବାରୁ ଭିଡ ହୋଇଥିଲା। ଭିଡ ଯୋଗୁଁ ନିର୍ମାଣ ହୋଇଥିବା ବାରିକେଡ ଭାଙ୍ଗିଯାଇଥିଲା। ଫଳରେ ବାରିକେଡ ଆରପଟେ ଶୋଇଥିବା ଲୋକଙ୍କ ଉପରେ ଶ୍ରଦ୍ଧାଳୁମାନେ ଚଢି ଯାଇଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories