www.samajalive.in
Monday, December 8, 2025
27.1 C
Bhubaneswar

ଅମ୍ବାନୀ ଘରେ ପୁଣି ବାଜିବ ଶାହାନାଇ

ମୁମ୍ବଇ : ଦେଶର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘରେ ପୁଣିଥରେ ଶୁଭିବ ଶାହାନାଇର ସ୍ୱର। କାରଣ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଖୁବ୍‍ଶୀଘ୍ର ଶ୍ଲୋକା ମେହତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।

- Advertisement -

ମିଳିଥିବା ଖବର ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଆକାଶ ଓ ଶ୍ଲୋକା ବିବାହ କରିବେ। ଗତ ବର୍ଷ ଜୁନ୍‍ ମାସରେ ଦୁହିଙ୍କର ନିର୍ବନ୍ଧ ହୋଇଥିଲା। ଏହି ନିର୍ବନ୍ଧ ସମାରୋହରେ ସିନେ ଜଗତର ବହୁ ତାରକା ସାମିଲ ହୋଇଥିଲେ। ନିର୍ବନ୍ଧ ପୂର୍ବରୁ ମଧ୍ୟ ଏକ ପାର୍ଟିର ଆୟୋଜନ କରାଯାଇଥିଲା, ଯେଉଁଠି ଆକାଶ ଶ୍ଲୋକାଙ୍କୁ ପ୍ରପୋଜ୍‍ କରିଥିଲେ।

ତେବେ ବିଗତ ବର୍ଷ ୧୨ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ଅମ୍ବାନୀ ପରିବାରର ଝିଅ ଇଶା ଅମ୍ବାନୀଙ୍କ ବିବାହ ସମାରୋହରେ ଆକାଶ ଓ ଶ୍ଲୋକାଙ୍କୁ ବହୁବାର ଏକାଠି ଦେଖିବାକୁ ମିଳିଥିଲା। ବିବାହର ଅନେକ ରୀତି-ନୀତି ନିର୍ବାହରେ ମଧ୍ୟ ଶ୍ଲୋକା ସାମିଲ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଆକାଶ ଓ ଶ୍ଲୋକା ଦୁହେଁ ବହୁ ଆଗରୁ ପରିଚିତ। ଦୁହେଁ ଧୀରୁ ଭାଇ ଅମ୍ବାନୀ ଇଣ୍ଟରନେସନାଲ୍‍ ସ୍କୁଲରେ ସାଥି ହୋଇ ପାଠ ପଢୁଥିଲେ ଓ ଦୁହେଁ ବହୁତ ଭଲ ବନ୍ଧୁ ଥିଲେ। ଶ୍ଲୋକା ହୀରା ବ୍ୟବସାୟୀ ରସେଲ ମେହତାଙ୍କ ଝିଅ। ଏଥିସହିତ ସେ ‘ଶ୍ଲୋକା କନେକ୍ଟ ଫର୍‍’ ସଂସ୍ଥାର ସହ ପ୍ରତିଷ୍ଠାତା ଓ ‘ରୋଜୀ ବ୍ଲ୍ୟୁ ଫାଉଣ୍ଡେସନ୍‍’ ର ନିର୍ଦ୍ଦେଶିକା।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories