www.samajalive.in
Monday, December 8, 2025
27.1 C
Bhubaneswar

୩୪ ବର୍ଷ ପରେ ପାକିସ୍ତାନରେ ଟେଷ୍ଟ ଜିତିଲା ୱେଷ୍ଟଇଣ୍ଡିଜ୍‌

ମୁଲ୍‌ତାନ: ୩୪ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟମ୍ୟାଚ୍‌ ଜିତିପାରିଛି ୱେଷ୍ଟଇଣ୍ଡିଜ୍‌। ସୋମବାର ଏଠାରେ ସମାପ୍ତ ହୋଇଥିବା ୨ୟ ଟେଷ୍ଟମ୍ୟାଚ୍‌ରେ ଘରୋଇ ପାକିସ୍ତାନକୁ ୧୨୦ ରନ୍‌ରେ ୱେଷ୍ଟଇଣ୍ଡିଜ୍‌ ପରାସ୍ତ କରିଛି। ୨ୟ ଇନିଂସରେ ୨୫୪ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ପାକିସ୍ତାନ ପ୍ରତିପକ୍ଷର ସ୍ପିନ୍ ଆକ୍ରମଣ ସମ୍ମୁଖରେ ଆତ୍ମ ସମର୍ପଣ କରି ୧୩୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ପାକିସ୍ତାନ ଇନିଂସରେ ୧୦ଟିଯାକ ୱିକେଟ୍‌ ସ୍ପିନର ନେଇଥିଲେ ହେଁ ବାମହାତି ସ୍ପିନର ଜୋମେଲ ୱାରିକାନ୍‌ ୫ଟି ୱିକେଟ୍‌ ନେଇଥିଲେ। ୱେଷ୍ଟଇଣ୍ଡିଜ୍‌ର ଏହି ବିଜୟ ଫଳରେ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ୧-୧​‌େ​‌ର ଡ୍ର ରହିଛି। ୧୯୯୦ରେ ଶେଷଥର ପାକିସ୍ତାନରେ ଟେଷ୍ଟମ୍ୟାଚ୍‌ ଜିତିଥିଲା ୱେଷ୍ଟଇଣ୍ଡିଜ୍‌।

ପ୍ରଥମ ଇନିଂସରେ ୯ ରନ୍‌ରେ ଆଗୁଆ ଥିବା ୱେଷ୍ଟଇଣ୍ଡିଜ ୨ୟ ଇନିଂସରେ ଉନ୍ନତ ବ୍ୟାଟିଂକରି ୨୪୪ ରନ୍‌ କରିଥିଲା। ଅଧିନାୟକ କ୍ରେଗ୍ ବ୍ରାଥ୍‌ୱେଟ୍ ସର୍ବାଧିକ ୫୨ ରନ୍‌ କରିଥିବା ବେଳେ ଟେଭିନ୍ ଇମ୍‌ଲାଚ୍ ୩୫, ଆମିର ଜାଙ୍ଗୁ ୩୦, କେଭିନ୍ ସିନ୍‌କ୍ଲେୟାର ୨୮ ଏବଂ ଗୁଡାକେଶ ମୋତି ଓ ଜୋମେଲ ୱାରିକାନ୍ ୧୮ ରନ୍‌ ଲେଖାଏଁ କରିଥିଲେ। ପାକିସ୍ତାନର ଦୁଇ ସ୍ପିନର ସାଜିଦ୍ ଖାଁ ଓ ନୋମାନ୍ ଅଲୀ ୪ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଫଳରେ ପାକିସ୍ତାନକୁ ୨ୟ ଇନିଂସରେ ୨୫୪ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ପୂରା ଇନିଂସରେ ୱେଷ୍ଟଇଣ୍ଡିଜ୍‌ର ୩ ସ୍ପିନର- ଗୁଡାକେଶ ମୋତି, ଜୋମେଲ ୱାରିକାନ୍ ଓ କେଭିନ୍ ସିନ୍‌କ୍ଲେୟାର ବୋଲିଂ କରିଥିଲେ। ପାକିସ୍ତାନ ପାଇଁ ବାବର ଆଜମ୍‌ ସର୍ବାଧିକ ୩୫ ଓ ମହମ୍ମଦ ରିଜ୍‌ୱାନ ୨୫ ରନ୍‌ କରିଥିଲେ। କମ୍ରାନ୍ ଗୁଲାମ ୧୯, ସଲ୍‌ମାନ ଆଗା ୧୫ ଓ ସୌଦ ସକିଲ ୧୩ ରନ୍‌ କରିଥିଲେ। ଜୋମେଲ ୱାରିକାନ୍ ୫ଟି, କେଭିନ୍ ସିନ୍‌କ୍ଲେୟାର ୩ଟି ଓ ଗୁଡାକେଶ ମୋତି ୨ଟି ୱିକେଟ୍‌ ନେଇଥିଲେ। ମ୍ୟାଚ୍‌ରେ ୯ଟି ୱିକେଟ୍‌ ନେଇଥିବା ଜୋମେଲ ୱାରିକାନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ଶୃଙ୍ଖଳାରେ ୧୯ଟି ୱିକେଟ୍‌ ନେଇଥିବା ୱାରିକାନ୍ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories