www.samajalive.in
Monday, December 8, 2025
17.1 C
Bhubaneswar

ଧାନ ବିକିଲେଣି ୯ ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜିକୃତ ଚାଷୀ: ଏମଏସପି ବାବଦକୁ ପ୍ରାୟ ୯୦୬୯ କୋଟି ଓ ଇନପୁଟ ସହାୟତା ଭାବେ ୩୧୫୪ କୋଟି ପ୍ରଦାନ

ଭୁବନେଶ୍ୱର:ଚଳିତ ଖରିଫ ଋତୁରେ ଧାନ କିଣା ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । ଧାନକିଣା ଲକ୍ଷ୍ୟ ହାସଲ ନେଇ ସରକାର ନେଇଥିବା ପଦକ୍ଷେପ ସଫଳ ହେବାରେ ଲାଗିଛି । ସରକାରୀ ବ୍ୟବସ୍ଥାରେ ସାମିଲ ହୋଇ ପଞ୍ଜିକୃତ ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରୟ କରିବା ନେଇ କରାଯାଇଥିବା ବ୍ୟବସ୍ଥା ପ୍ରତି ଆସ୍ଥା ପ୍ରକଟ ଚାଷୀ ମାନେ ଅଧିକ ଉତ୍ସାହିତ ହେଉଥିବା ଲକ୍ଷ୍ୟ କରାଯାଉଛି । ସେହିଭଳି ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନପୁଟ ସହାୟତା ମିଶାଇ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ମଧ୍ୟ ଚାଷୀ ମାନଙ୍କ ମନରେ ଖୁସି ଭରି ଦେଉଛି ।

ଏହି ମର୍ମରେ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜିକୃତ ଚାଷୀ ସେମାନଙ୍କ ଧାନ ମଣ୍ଡିରେ ବିକି ସାରିଲେଣି । ଚଳିତ ଖରିଫ ଋତୁରେ ପଞ୍ଜିକୃତ ୫୦ ପ୍ରତିଶତରୁ ଅଧିକ ଚାଷୀ ମାନେ ସେମାନଙ୍କ ଧାନ ବିକ୍ରି କରିସାରିଛନ୍ତି । ସୂଚନା ଯୋଗ୍ୟ, ଅଦ୍ୟାବଧି ରାଜ୍ୟର ୩୦ଟି ଯାକ ଜିଲ୍ଲାର ପ୍ରାୟ ୯ ଲକ୍ଷ ଚାଷୀ ସେମାନଙ୍କର ଧାନ ବିକ୍ରୟ କରିସାରିଛନ୍ତି । ଧାନ କ୍ରୟ ପରେ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୯୦୬୯ କୋଟି ଟଙ୍କା ଏବଂ ଇନ୍‌ପୁଟ ସହାୟତା ଭାବେ ୩୧୫୪ କୋଟି ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯାଇଛି ।

- Advertisement -

ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟର ୯୦ ପ୍ରତିଶତ ହାସଲ କରାଯାଇଥିବାବେଳେ ଆଉ ଅଳ୍ପ ଦିନ ମଧ୍ୟରେ ଏହି ଜିଲ୍ଲା ଗୁଡିକରେ ଧାନକିଣା ପ୍ରକ୍ରିୟା ଶେଷ ହେବ । ସେହିଭଳି ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟର ଅନ୍ୟ ଜିଲାମାନଙ୍କରେ ଧାନକିଣା ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । ରାଜ୍ୟ ପ୍ରଶାସନ, ଜିଲ୍ଲା ପ୍ରଶାସନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, ସମ୍ପୃକ୍ତ ଅଂଶୀଦାର ଏବଂ ଅନ୍ୟ ସଂପୃକ୍ତ ହିତାଧିକାରୀଙ୍କ ସହଯୋଗ ଓ ସମନ୍ୱୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସେହିଭଳି ଧାନର ପ୍ରକ୍ରିୟାକରଣ ପାଇଁ ମିଲ ଗୁଡିକୁ ଧାନ ନେବା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନ୍‌ପୁଟ ସହାୟତା ରାଶି ପ୍ରଦାନ କରାଯାଉଛି । ସାରା ରାଜ୍ୟରେ ଧାନକିଣା ଏବଂ ଧାନ ଯୋଗାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories