www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା: କେନ୍ଦ୍ର କୃଷି ସଚିବ, ରାଜ୍ୟ ମୁଖ୍ୟସଚିବଙ୍କୁ ଏନଏଚଆରସିଙ୍କ ନୋଟିସ

ନୂଆଦିଲ୍ଲୀ: ରାଜ୍ୟରେ କ୍ରମାଗତ ଭାବେ ଚାଷୀ ଆତ୍ମହତ୍ୟା ଘଟଣାରେ ବୃଦ୍ଧିକୁ ରୋକିବାରେ ପ୍ରଶାସନିକ ବିଫଳତାକୁ ଦାୟୀ କରି ଆଗତ ମାମଲାର ବିଚାର କରି ଜାତୀୟ ମାନବାଧିକାର ଆୟୋଗ କେନ୍ଦ୍ର କୃଷକ ଓ କୃଷକ କଲ୍ୟାଣ ମନ୍ତ୍ରାଣାଳୟର ସଚିବ ଓ ମହାନିର୍ଦେଶକ, ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରିଛନ୍ତି। ଏନଏଚଆରସିଙ୍କ ଆଦେଶ ଅନୁଯାୟୀ ରାଜ୍ୟରେ ଚାଷୀ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାରେ ଛଅ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବେ। ଏଥିସହ ମୃତକଙ୍କ ନିକଟ ପରିଜନଙ୍କୁ ମିଳିଥିବା ଆର୍ଥିକ ସହାୟତା ବିଷୟରେ ସବିଶେଷ ତଥ୍ୟ ଜଣାଇବେ।

ଆୟୋଗରେ ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ ଅଧିକ ସୁଧହାର ଏବଂ ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଯୋଗୁଁଁ ୨୫ ଡିସେମ୍ବେରରୁ ୪ ଜାନୁଆରୀ ମଧ୍ୟରେ ରାଜ୍ୟର ୧୦ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଚାଷୀ ଆତ୍ମହତ୍ୟା ପାଇଁ ବିଳମ୍ବରେ ଫସଲ କ୍ଷୟକ୍ଷତି ଆକଳନ ଏବଂ ବୀମାରାଶି ପ୍ରଦାନ ଭଳି କାରଣକୁ ଶ୍ରୀ ତ୍ରିପାଠୀ ଦାୟୀ କରିଛନ୍ତି। ଭବିଷ୍ୟତରେ ଏଭଳି ଘଟଣାକୁ ଏଡ଼ାଇବା ପାଇଁ ଓଡ଼ିଶା ରିଲିଫ କୋର୍ଡର ସଂଶୋଧନ, କୃଷକ କଲ୍ୟାଣ ଯୋଜନା ଗୁଡ଼ିକର ତ୍ୱରିତ ରୂପାୟନ, ଏମଏସପି ବ୍ୟବସ୍ଥା ଏବଂ ଚାଷୀଙ୍କୁ କାଉନସେଲିଂ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ଶ୍ରୀ ତ୍ରିପାଠୀ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories