www.samajalive.in
Sunday, December 7, 2025
15.1 C
Bhubaneswar

ଶ୍ମଶାନରେ ରିଲ୍ସ କରି ବନ୍ଧା ହେଲେ ଦୁଇ ଯୁବତୀ

ସମାଜ ଡିଜିଟାଲ ଡେସ୍କ: ରିଲ୍ସ ନିଶାରେ ଯୁବପିଢ଼ି। ରିଲ୍ସ କରିବା ପାଇଁ ସ୍ଥାନର କୌଣସି ପ୍ରତିବନ୍ଧକ ରହୁନାହିଁ। ସାମାଜିକ ଗଣମାଧ୍ୟମରେ ବାହାଃବା ନେବାଲାଗି ଯେଉଁଠି ପାରୁଛନ୍ତି ସେଠି ରିଲ୍ସ କରୁଛନ୍ତି। ଶ୍ମଶାନ ଭଳି ସ୍ଥାନ ବି ବାଦ ପଡୁନାହିଁ। ତେବେ ଶ୍ମଶାନରେ ରିଲ୍ସ କରି ସାମାଜିକ ଗଣମାଧ୍ୟମରେ ଅପଲୋଡ କରିବା ଦୁଇ ଯୁବତୀଙ୍କ ପାଇଁ ମହଙ୍ଗା ପଡ଼ିଛି। ପୁଲିସ ସେମାନଙ୍କୁ ଗିରଫ କରିଛି।

ଘଟଣାଟି ଇରାନର। ତେହରାନସ୍ଥିତ ଏକ ସମାଧି ସ୍ଥଳରେ ଦୁଇ ଜଣ ଯୁବତୀ ରିଲ୍ସ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ। ସେମାନଙ୍କ ବେଶ ପରିପାଟୀ ମଧ୍ୟ ଦେଶର ନିୟମ ବିରୋଧୀ ଥିଲା। ଏହି ରିଲ୍ସଟି ପ୍ରଘଟ ହେବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଛି। ଯାହାଙ୍କ ସମାଧି ସ୍ଥଳରେ ଯୁବତୀଦ୍ବୟ ରିଲ୍ସ କରିଥିଲେ, ସେମାନଙ୍କ ପରିବାର ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଥିଲା। ଏହା ପରେ ପୁଲିସ ସେମାନଙ୍କୁ ବାନ୍ଧିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories