www.samajalive.in
Sunday, December 7, 2025
15.1 C
Bhubaneswar

ଆମେରିକା ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ଭାରତକୁ ପ୍ରତ୍ୟର୍ପଣ ହେବ ୨୬/୧୧ ଆକ୍ରମଣ ଦୋଷୀ ତାହାଉର ରାଣା

ସମାଜ ଡିଜିଟାଲ ଡେସ୍କ: ଆମେରିକାର ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ୨୬/୧୧ ମୁମ୍ବଇ ଆକ୍ରମଣର ଅନ୍ୟତମ ଦୋଷୀ ତାହାଉର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦେଶ ଜାରି କରିଛନ୍ତି।

୨୦୦୮ ମସିହାରେ ମୁମ୍ବଇର ତାଜ ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ରାଣାର ସମ୍ପୃକ୍ତି ରହିଥିଲା। ଏଥିରେ ୧୬୬ ଜଣ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ମାମଲାରେ ରାଣା ଭାରତର ୱାଣ୍ଟେଡ୍‌ ତାଲିକାରେ ଅଛି। ସେ ଏବେ ଆମେରିକାର ଲସ୍‌ ଏଞ୍ଜେଲେସସ୍ଥିତ ମେଟ୍ରୋପଲିଟାନ ବନ୍ଦୀଗୃହରେ ବନ୍ଦୀ ଜୀବନ କାଟୁଛି। ରାଣାକୁ ପ୍ରତ୍ୟର୍ପଣ ଲାଗି ଭାରତ ପକ୍ଷରୁ ଆମେରିକାର ସରକାରଙ୍କୁ ଆବେଦନ କରାଯାଇଥିଲା। ଏହା ପ୍ରତିବାଦରେ ସେ ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରିଥିଲା, ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବାର ଦିନକ ପରେ ଅର୍ଥାନ ଗତ ୨୧ ତାରିଖରେ କୋର୍ଟ ରାଣାର ପିଟିସନ ଖାରଜ କରିଛନ୍ତି। ଏହା ରାଣା ପାଇଁ ଭାରତକୁ ପ୍ରତ୍ୟର୍ପଣ ନ ହେବା ଲାଗି ଶେଷ ଆଇନଗତ ସୁଯୋଗ  ରହିଥିଲା। ଫଳରେ ଏବେ ରାଣା ଭାରତକୁ ପ୍ରତ୍ୟର୍ପଣ ହେବା ସୁନିଶ୍ଚିତ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories