www.samajalive.in
Monday, December 8, 2025
17.1 C
Bhubaneswar

ହାଜର ହେଲେନି ବିଧାୟକ ; ପୁଣି ନୋଟିସ କରିବ ସିବିଆଇ

ଭୁବନେଶ୍ବର : ଚିଟଫଣ୍ଡ ଲିଙ୍କରେ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ପୁଣି ସିବିଅାଇ ସମନ କରିବ। ନୋଟିସ ପାଇ ହାଜର ହୋଇ ନଥିବାରୁ ସେମାନଙ୍କୁ ଦ୍ବିତୀୟ ଥର ପାଇଁ ନୋଟିସ କରାଯିବ ବୋଲି ସିବିଅାଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ା ସିସୋର୍‌ ଚିଟ୍‌ଫଣ୍ଡ୍‌ ମାମଲାରେ ତଦନ୍ତ କରୁଥିବା ସିବିଆଇ ଏସ୍‌ଆଇଟି ଗତ ୨୮ ଓ ୩୦ ତାରିଖରେ ହାଜର ପାଇଁ ଦୁଇ ବିଧାୟକ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍ କରାଯାଇଥିଲା। ଦୁଇ ବିଧାୟକ ଧାର୍ଯ୍ୟ ତାରିଖରେ ସିବିଆଇ ନିକଟରେ ହାଜର ହୋଇ ନଥିଲେ। ତେଣୁ ପୁନର୍ବାର ହାଜର ଲାଗି ବିଧାୟକଙ୍କୁ ନୋଟିସ୍‌ ଜାରି କରାଯିବ ବୋଲି ସିବିଅାଇର ଉକ୍ତ ବରିଷ୍ଠ ଅଧିକାରୀ କହିଛନ୍ତି।
ପୁଣି ସିବିଆଇର ତନାଘନାକୁ ନେଇ ରାଜନୀତି ଏବେ ଉଷ୍ମ ହୋଇଛି। ଗୋଟିଏ ପଟେ ସିବିଆଇର ନୋଟିସ୍ ଜାରି କରାଯାଇଥିବା ବେଳେ ଅନ୍ୟପଟେ ଓଡ଼ିଶା ପୁଲିସ ଏକ ହତ୍ୟାକାଣ୍ଡ ମାମଲାରେ ଦୁଇ ବିଜେପି ନେତାଙ୍କୁ ସମନ କରିଛି। ସିବିଆଇ ନୋଟିସ୍‌ରେ ଦୁଇ ବିଜେଡି ନେତା ହାଜର ହୋଇ ନଥିଲାବେଳେ ଅପରପକ୍ଷରେ ପୁଲିସ ନୋଟିସ୍‌ରେ ବିଜେପି ନେତା ହାଜର ହେବେ କି ନାହିଁ ତାହା ଦେଖିବାକୁ ବାକି ରହିଛି। ସିବିଆଇ ପକ୍ଷରୁ ପୁନର୍ବାର ନୋଟିସ୍‌ କରାଯିବ ବୋଲି ଜଣାପଡ଼ିବା ପରେ ଏହା ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories