www.samajalive.in
Monday, December 8, 2025
20.1 C
Bhubaneswar

କଟକ ବଡ଼ ଡାକ୍ତରଖାନା : ନୂତନ ଅଧ୍ୟକ୍ଷ, ଅଧୀକ୍ଷକଙ୍କ ଦାୟିତ୍ୱଗ୍ରହଣ

କଟକ : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନୂତନ ଅଧ୍ୟକ୍ଷ ଓ ଅଧୀକ୍ଷକ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଧ୍ୟକ୍ଷଭାବେ କାର୍ଯ୍ୟ କରୁଥିବା ପ୍ରଫେସର ସିଦ୍ଧାର୍ଥ ଦାସ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ଅସ୍ଥାୟୀ ଅଧ୍ୟକ୍ଷଭାବେ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଧୀକ୍ଷକ ପ୍ରଫେସର ଡା. ପ୍ରସନ୍ନ ଦେବତା ଚାକିରିରୁ ଅବସର ଗ୍ରହଣ କରିବା ପରେ ଆଜି ଅସ୍ଥାୟୀ ଅଧୀକ୍ଷକଭାବେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ସିବିକେ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଡାକ୍ତର ଦେବତା ଡା ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଦୀର୍ଘଦିନ ଧରି ଡା. ମହାନ୍ତି ଭେଷଜ ବିଶେଷଜ୍ଞଭାବେ କାର୍ଯ୍ୟ କରୁଛନ୍ତି । ଏହି ନୂଆ ପଦରେ ଅବସ୍ଥାପିତ ହେବା ପରେ ରୋଗୀ ଚିକିତ୍ସାକୁ କିପରି ଅଧିକ ଶୃଙ୍ଖଳିତ କରାଯିବ ସେ ଦିଗରେ ସେ ଗୁରୁତ୍ୱ ଦେବେ ବୋଲି ଡା. ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି । ଡାକ୍ତର ମହାନ୍ତିଙ୍କ ନିଯୁକ୍ତିକୁ ବହୁ ବିରିଷ୍ଠ ଡାକ୍ତର ସ୍ୱାଗତ କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories