www.samajalive.in
Monday, December 8, 2025
27.1 C
Bhubaneswar

ଆମେରିକା ରାଷ୍ଟ୍ରପତି ତାଲିକାରେ ନାହିଁ ବାଇଡେନଙ୍କ ନାଁ !

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ଆଶ୍ଚର୍ଯ୍ୟ କରୁଥାଇପାରେ। କିନ୍ତୁ ଏମିତି ଏକ ଘଟଣା ସାରା ବିଶ୍ଵକୁ ଆଚମ୍ବିତ କରିଛି। ତେବେ ତ୍ରୁଟି ହ୍ବାଇଟହାଉସର ବୋଲି କୁହାଯାଇ ନାହିଁ। ଏହି ତ୍ରୁଟି ସର୍ଚ୍ଚ ଇଞ୍ଜିନ ଗୁଗଲର ବୋଲି କୁହାଯାଉଛି। କାରଣ ବୁଧବାର ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଗୁଗଲରେ ଆମେରିକା ରାଷ୍ଟ୍ରପତି ତାଲିକା ସର୍ଚ୍ଚ କରିଥିଲେ। ସେଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ଦୁଇଥର ଉଲ୍ଲେଖ ରହିଥିଲା। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା(୨୦୦୯-୨୦୧୭)ଙ୍କ ପରେ ୨୦୧୭ରୁ ୨୦୨୧ ଏବଂ ୨୦୨୫ରୁ ଏବେ ପର୍ଯ୍ୟନ୍ତ ଟ୍ରମ୍ପ ରାଷ୍ଟ୍ରପତି ଥିବା ଦର୍ଶାଯାଇଥିଲା। କିନ୍ତୁ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାମ ନ ଥିଲା। ବାଇଡେନ ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିଥିଲେ ହେଁ ଗୁଗଲ ତାଲିକାରେ ତାଙ୍କ ନାଁ ନ ରହିବା ଆଶ୍ଚର୍ଯ୍ୟର ବିଷୟ ବୋଲି କୁହାଯାଉଛି। ଏପରି କି କିଛି ସଚେତନ ନାଗରିକ ଏ ସମ୍ପର୍କରେ ଗୁଗଲକୁ ମଧ୍ୟ ପ୍ରଶ୍ନ କରିଛନ୍ତି, କିନ୍ତୁ କୌଣସି ଉତ୍ତର ମିଳିନାହିଁ।

ତେବେ ପରବର୍ତ୍ତୀ ସମୟରେ ଗୁଗଲ ପକ୍ଷରୁ ଏହି ତ୍ରୁଟି ସଂଶୋଧନ କରାଯାଇଥିବା ଦେଖିବାକୁ ମିଳିଛି।

- Advertisement -

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories