www.samajalive.in
Sunday, December 7, 2025
15.1 C
Bhubaneswar

ମେଘାଳୟ ବିପକ୍ଷ ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳ ଘୋଷଣା: ସନ୍ଦୀପ ଅଧିନାୟକ; ବିପ୍ଳବ ଓ ସୂର୍ଯ୍ୟକାନ୍ତ ବାଦ୍

କଟକ: ଆସନ୍ତା ୨୩ରୁ ରଣଜୀ ଟ୍ରଫିର ୨ୟ ଚରଣ ମ୍ୟାଚ୍ ଆରମ୍ଭ ହେଉଛି । ଅକ୍ଟୋବର-ନଭେମ୍ବର  ପ୍ରତ୍ୟେକ ଦଳ ୫ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିଛନ୍ତି। ୨ୟ ପର୍ଯ୍ୟାୟରେ ସବୁ ଦଳ ଶେଷ ୨ଟି ଲିଗ୍ ମ୍ୟାଚ୍ ଖେଳିବେ। ଓଡ଼ିଶା ଦଳ ୨୩ରୁ ଶିଲିଂରେ ଘରୋଇ ମେଘାଳୟ ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ସନ୍ଦୀପ ପଟ୍ଟନାୟକ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ପ୍ରଥମ ୫ଟି ମ୍ୟାଚରେ ଗୋବିନ୍ଦ ପୋଦ୍ଦାର ଓଡ଼ିଶା ରଣଜୀ ଦଳର ଅଧିନାୟକ ଥିଲେ। ପରେ ସୟଦ୍ ମୁସ୍ତାକ୍ ଅଲୀ ଟ୍ୱେଣ୍ଟି୨୦ରେ ମଧ୍ୟ ଗୋବିନ୍ଦ ଅଧିନାୟକ ଥିଲେ। ହେଲେ ବିଜୟ ହଜାରେ ଟ୍ରଫିରେ ସନ୍ଦୀପ ପଟ୍ଟନାୟକ ଅଧିନାୟକ ହୋଇଥିଲେ।

ଉଭୟ ଧଳା ବଲ୍‌ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ଦୟନୀୟ ପ୍ରଦର୍ଶନ କରିଥିଲା। ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟି୨୦ରେ ଓଡ଼ିଶା ୬ଟିରୁ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ୭ଟିରୁ ମାତ୍ର ୨ଟି ମ୍ୟାଚ୍ ଜିତିଥିଲା। ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ‘ଏ’ରେ ସ୍ଥାନ ପାଇଥିବା ଓଡ଼ିଶା ପ୍ରଥମ ପର୍ଯ୍ୟାୟରେ ୫ଟି ମ୍ୟାଚ୍ ଖେଳି କେବଳ ମହାରାଷ୍ଟ୍ରକୁ ପରାସ୍ତ କରିଥିବାବେଳେ ୨ଟି ମ୍ୟାଚରେ ଇନିଂସ ପରାଜୟ ଭୋଗିଥିଲା । ଓଡ଼ିଶା ଗୋଟିଏ ମ୍ୟାଚ୍ ଡ୍ର ରଖିଥିବା ବେଳେ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା। ଫଳରେ ୫ଟି ମ୍ୟାଚ୍ରୁ ଓଡ଼ିଶା ୧୦ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ରହିଛି। ଦୁର୍ବଳ ମେଘାଳୟ ଓ ପରେ ସର୍ଭିସେସ୍ ବିପକ୍ଷରେ ଓଡ଼ିଶା ଖେଳିବ। ବିପ୍ଳବ ସାମନ୍ତରାୟଙ୍କ ସହ ଅଭିଜ୍ଞ ପେସ୍ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ରଣଜୀ ଟ୍ରଫି ଦଳରେ ସାମିଲ କରାଯାଇନାହିଁ।

- Advertisement -

ଓଡ଼ିଶା ଦଳ
ସ୍ଵସ୍ତିକ ସାମଲ, ସନ୍ଦୀପ ପଟ୍ଟନାୟକ (ଅଧିନାୟକ), ଶାନ୍ତନୁ ମିଶ୍ର, ଗୋବିନ୍ଦ ପୋଦ୍ଦାର, ଆଶୀର୍ବାଦ ସ୍ଵାଇଁ ଓ ରାଜେଶ ଧୁପର (ଉଭୟେ ୱିକେଟ୍ ରକ୍ଷକ), କାର୍ତ୍ତିକ ବିଶ୍ଵାଳ, ଅନୀଲ ପରିଡ଼ା, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ତାରିଣୀ ସା’, ତାପସ ଦାସ, ସୁମିତ ଶର୍ମା, ଜାମଳା ଭଞ୍ଜନ ମହାପାତ୍ର ଓ ସତ୍ୟକାମ ଭରଦ୍ବାଜ। ମୁଖ୍ୟ ପ୍ରଶିକ୍ଷକ: ସୁରେନ୍ଦ୍ର ଭାବେ, ସହକାରୀ ପ୍ରଶିକ୍ଷକ: ଅବକାଶ ଖଟୁଆ, ମ୍ୟାନେଜର ବିଜୟ କୁମାର ଦାସ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories