ନୂଆଦିଲ୍ଲୀ: ବିଶ୍ବରେ କୋଟିପତିଙ୍କ ସମ୍ପତ୍ତି ୨୦୨୪ରେ ପ୍ରାୟ ୨ ଲକ୍ଷ କୋଟି ଡଲାର ବୃଦ୍ଧି ପାଇ ୧୫ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ଏହା ୩ ଗୁଣ ଅଧିକ ବୋଲି ଏକ ଅଧ୍ୟୟନରେ ପ୍ରକାଶ ପାଇଛି। ପ୍ରତିବର୍ଷ ବିଶ୍ବ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକର ପ୍ରଥମ ଦିନରେ ପ୍ରକାଶିତ ଏହାର ପ୍ରମୁଖ ଆର୍ଥିକ ବୈଷମ୍ୟ ରିପୋର୍ଟରେ ଅକ୍ସଫାମ୍ ଇଣ୍ଟରନ୍ୟାସନାଲ୍ କୋଟିପତିଙ୍କ ସମ୍ପତ୍ତିରେ ହୋଇଥିବା ବିଶାଳ ବୃଦ୍ଧିକୁ ୧୯୯୦ ପରଠାରୁ ଦାରିଦ୍ର୍ୟରେ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା ସହିତ ତୁଳନା କରୁଛି। ୨୦୨୪ରେ ଏସିଆ କୋଟିପତିଙ୍କ ସମ୍ପତ୍ତି ୨୯୯ ବିଲିୟନ ଡଲାର ବୃଦ୍ଧି ପାଇଛି। ଏକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ୫ଜଣ ଅତ୍ୟଧିକ ଧନୀ (ଟ୍ରିଲିୟନିୟର୍) ହେବେ ବୋଲି ଅକ୍ସଫାମ୍ ପୂର୍ବାନୁମାନ କରିଛି।
ବିଶ୍ବରେ ୨୦୨୪ରେ ୨୦୪ ଜଣ ନୂଆ ଧନୀ (ବିଲିୟନିୟର) ସୃଷ୍ଟି ହୋଇଛନ୍ତି। ଏସୀୟାରେ କେବଳ ୪୧ଜ ଜଣ ଧନୀ(ବିଲିୟନିୟର) ହୋଇଛନ୍ତି। ନୂଆ ସୃଷ୍ଟି କୋଟିପତିଙ୍କ ସମ୍ପତିର ୬୦ ପ୍ରତିଶତ ବର୍ତ୍ତମାନ ଉତ୍ତର ଉତ୍ତରାଧିକାର, ଏକାଧିକାର ଶକ୍ତି କିମ୍ବା ସମ୍ପର୍କରୁ ପ୍ରାପ୍ତ ହୋଇଛି। ଏଥିସହ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏସ୍ଏଫ୍) ଏବଂ ବିଶ୍ୱ ବ୍ୟାଙ୍କ ଭଳି ସଂସ୍ଥା ମଧ୍ୟ ଏହି ସ୍ତରର ଅସମାନତା ବିଷୟରେ ଚିନ୍ତା ପ୍ରକାଶ କରୁଛନ୍ତି।
ଏଥିସହ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵିତୀୟ ରାଷ୍ଟ୍ରପତି ଭାବେ ଶପଥ ନେବା ଅବସରରେ ଏହା ଏକ ସତର୍କ ଘଣ୍ଟି ଯେ ଜଣେ କୋଟିପତି ରାଷ୍ଟ୍ରପତି ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ତାଙ୍କର ଶ୍ରେଷ୍ଠ ପରାମର୍ଶଦାତା ଭାବରେ ନେଇ ଆସୁଛନ୍ତି। ଏହା ଆମେରିକାର ଇତିହାସରେ ସବୁଠାରୁ ଧନୀ କ୍ୟାବିନେଟ ହେବ, ଯେଉଁଥିରେ ପ୍ରାୟ ୧୩ ଜଣ କୋଟିପତି ରହିବେ ଏବଂ ଧନୀଙ୍କ ଲାଭ ପାଇବାର ଆଶା ଆହୁରି ବୃଦ୍ଧିପାଇବ।



