www.samajalive.in
Friday, December 5, 2025
27.1 C
Bhubaneswar

ଶ୍ରୀସତ୍ୟସାଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଫୁଲବାଣୀ: ସ୍ଥାନୀୟ ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ୪୨ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ.ମଧୁସୂଦନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ସତ୍ୟସାଇ ଟ୍ରଷ୍ଟ ଓଡିଶାର ହରିହର ପାଢ଼ୀ, ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଇଓ ରଞ୍ଜନ କୁମାର କହଁର,ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ।

ଅତିଥିମାନେ ଛାତ୍ର ଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନ ଶୈଳୀ, ନିଷ୍ଠାପର ଅଧ୍ୟୟନ ସହିତ ନୈତିକ ମାନବିକ ମୂଲ୍ୟଯୁକ୍ତ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥଲେ। ଉପ୍ରା ବିଦ୍ୟାଳୟ ପ୍ରଧାନ ଧ୍ରୁବ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା କମିଟି ସଦସ୍ୟ ଲିଙ୍ଗରାଜ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରାସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

- Advertisement -

ବହୁ ସଂଖ୍ୟାରେ ଅଭିଭାବକ, ବୁଦ୍ଧିଜୀବୀ, ସମିତି କର୍ମକର୍ତ୍ତା,ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ହାଇସ୍କୁଲ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ପଣ୍ଡା,ସଂସ୍କୃତ ଶିକ୍ଷକ ସନାତନ ଦାଶ, ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ, ଶିକ୍ଷକ ସଞ୍ଜୀବ ନାୟକ, ଶିକ୍ଷୟତ୍ରୀ ସୁନନ୍ଦା ପଟ୍ଟନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ସହଯୋଗ କରିଥିଲେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories