www.samajalive.in
Monday, December 8, 2025
27.1 C
Bhubaneswar

ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି, ସିବିଆଇ ତଦନ୍ତ ହୋଇ ସତ ସାମ୍ନାକୁ ଆସୁ-ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କ ଧଳା ସାର୍ଟ ପ୍ରସଙ୍ଗରେ ଏହି ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଁ ହଳଦିଆ ସାର୍ଟ ଦାଖଲ କରିଥିଲି, କେମିତି ଧଳା ହେଲା ଜାଣିନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସିବିଆଇ ତଦନ୍ତ କରି ସତ ସାମ୍ନାକୁ ଆଣନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।
ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ପୁଣି କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାବେଳେ ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି। ଗଣମାଧ୍ୟମରେ ଗଣ ଚର୍ଚ୍ଚା ହେଉଛି ଜାଣି ନାହିଁ। ଘଟଣାଦିନ ପିନ୍ଧିଥିବା ହଳଦିଆ ସାର୍ଟ ମୁଁ କ୍ରାଇମବ୍ରାଞ୍ଚକୁ ଦେଇଥିଲି। ସେ ବିଷୟରେ କ’ଣ ଲେଖାଯାଇଛି ତାହା କ୍ରାଇମବ୍ରାଞ୍ଚକୁ ହିଁ ପଚାରନ୍ତୁ। କ୍ରାଇମବ୍ରାଞ୍ଚ ସଠିକ ତଥ୍ୟ ଦେଇପାରିବ। କୋର୍ଟରେ ହଳଦିଆ ସାର୍ଟ ପିନ୍ଧିଥିବା କହିଥିବାବେଳେ ମୋଠାରୁ ହଳଦିଆ ସାର୍ଟ ଜବତ ହୋଇଛି। ତେଣୁ ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀ ମୋହଚନ ଚରଣ ମାଝୀଙ୍କୁ ନିବେଦନ କରୁଛି ବୋଲି ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଥିଲେ।

ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ତଦନ୍ତରେ ସାଂଘାତିକ ତ୍ରୁଟି ହୋଇଥିବା ସୂଚନା ମିଳିଛି। ହତ୍ୟା ମାମଲାର ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳି ଯାଇଥିବା ସୂଚନା ମିଳିଛି। ହଳଦିଆ ସାର୍ଟ ପିନ୍ଧିଥିବା ବ୍ୟକ୍ତି ଧଳା ସାର୍ଟ ପିନ୍ଧିଥିବା ଦର୍ଶାଯାଇଛି। ପ୍ରପର୍ଟି ସିଜର ତାଲିକାରେ ତ୍ରୁଟି ହୋଇଥିବା ସୂଚନା ମିଳିଛି। ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories