www.samajalive.in
Monday, December 8, 2025
24.1 C
Bhubaneswar

‘ବଡ଼ ଷଡ଼ଯନ୍ତ୍ର ହୋଇଛି’, ଆରଜି କର ପୀଡ଼ିତାଙ୍କ ପରିବାର ଆଣିଲେ ସାଙ୍ଘାତିକ ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ: କଲକାତା ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରଏକୁ ଦୋ​‌ଷୀ ସାବ୍ୟସ୍ତ କରିଛନ୍ତି ସିଲଦା କୋର୍ଟ। ଏହାକୁ ନେଇ ପୀଡ଼ିତାଙ୍କ ପରିବାର କିଛିଟା ଅଶ୍ଵସ୍ତି ଅନୁଭବ କରିଛନ୍ତି। ହେଲେ ଏହି ଘଟଣା ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା। କେବଳ ସଞ୍ଜୟ ନୁହେଁ, ଏଥିରେ ଅନ୍ୟ କିଛି ଲୋକଙ୍କ ସମ୍ପୃକ୍ତି ରହିଛି ବୋଲି ସେ କହିବା ସହିତ ସମସ୍ତଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।

ପୀଡ଼ିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ, କୋର୍ଟଙ୍କ ନିଷ୍ପତ୍ତି ପରେ ଆମକୁ ପ୍ରଥମ ସୋପାନ ନ୍ୟାୟ ମିଳିଛି। ସୋମବାର ଦଣ୍ଡ ଘୋଷଣା ହେବା ପରେ ଆମକୁ ଅଧିକ ଶାନ୍ତି ମିଳିବ। କିନ୍ତୁ ଏହି ଘଟଣାରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସେ ସନ୍ଦେହ କରୁଛନ୍ତି। ସିବିଆଇ ଅଧିକାରୀମାନେ ତାଙ୍କ ଘରକୁ ଯାଇଥିଲେ ଏବଂ କେବଳ ସଞ୍ଜୟ ହିଁ ଘଟଣାର ପ୍ରକୃତ ଦୋଷୀ ବୋଲି ଆମକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ସିବିଆଇ ନିଜେ ସୁପ୍ରିମକୋର୍ଟରେ କହିଥିଲା ଯେ ଏହି ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି। କିନ୍ତୁ ତାହାର ଉନ୍ମୋଚନ କରାଗଲା ନାହିଁ ବୋଲି ପୀଡ଼ିତାଙ୍କ ବାପା କାନ୍ଦି କାନ୍ଦି କହିଥିଲେ। ପୀଡ଼ିତାଙ୍କ ପରିବାର ସିବିଆଇ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ମଧ୍ୟ ହୋଇଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories