www.samajalive.in
Tuesday, December 9, 2025
15.1 C
Bhubaneswar

୬୭୯ ଥାନାକୁ ମିଳିବ ନୂଆ ସ୍କର୍ପିଓ, ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ସ୍ବତନ୍ତ୍ର କିଟ୍

ଭୁବନେଶ୍ବର: ବଢ଼ିବ ଓଡ଼ିଶା ପୁଲିସର ଦକ୍ଷତା। ୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାକୁ ନୂଆ ସ୍କର୍ପିଓ ମିଳିବ। ପୁଲିସର କାର୍ଯ୍ୟ ଦକ୍ଷତା ବଢ଼ାଇବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ପ୍ରଥମଥର ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ମୋଟରସାଇକଲ ସହ ତଦନ୍ତକାରୀ କିଟ୍ ଦିଆଯିବ। ଏଥିରେ ଲାପଟପ୍, ସ୍ମାର୍ଟ ଫୋନ୍, ପେନ୍ ଡ୍ରାଇଭ୍ ରହିବ ବୋଲି ପୁଲିସ ମହାନିର୍ଦେଶକ (ଡିଜିପି) ୱାଇବି ଖୁରାନିଆ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୨୫୦୦ ମୋଟରସାଇକଲ ପ୍ରଦାନ କରାଯିବ। ତଦନ୍ତକରୀ ଅଧିକାରୀଙ୍କୁ ଇନ୍ଧନ ସହ ଗାଡ଼ି ମରାମତି ପାଇଁ ଖର୍ଚ୍ଚ ଦିଆଯିବ। ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ପାଇଁ ସରକାର ସ୍ବତନ୍ତ୍ର ବଜେଟ ଆଣିବେ। ଏନେଇ ରାଜ୍ୟ ସରକାରଙ୍କୁ ପୁଲିସ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଗତବର୍ଷ ୨ ଲକ୍ଷ ୧୧ ହଜାର ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ କରିବା ଲାଗି ଅଧିକାରୀ ରାଜ୍ୟ ବାହାରକୁ ମଧ୍ୟ ଯାଉଛନ୍ତି।

- Advertisement -

ଏଥିରେ ଅଧିକାରୀ ଖର୍ଚ୍ଚାନ୍ତ ହେଉଛନ୍ତି। କେତେକ ସ୍ଥଳରେ ତଦନ୍ତରେ ଅର୍ଥ ବାଧକ ହେଉଛି। ଏହାକୁ ନେଇ ସ୍ବତନ୍ତ୍ର ବଜେଟ ପାଇଁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ୩୧ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ଯୋଗାଇବା ଲାଗି ଯୋଜନା କରିଛନ୍ତି। ସେହିପରି ଚଳିତ ଜାନୁଆରୀ ୨୬ରେ ଉପକୂଳ ସୁରକ୍ଷା ପାଇଁ ରାଜ୍ୟରେ ୧୧ଟି ଜନବସତି ନଥିବା ଦ୍ବୀପରେ ପ୍ରଥମଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯିବ। ଏଥିପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୮ଟି ସାମୁଦ୍ରିକ ଥାନା ପାଇଁ ସ୍ବତନ୍ତ୍ର ବୋଟ୍ ଆଣିବା ପାଇଁ ଯୋଜନା କରାଯାଇଥିବା ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories