www.samajalive.in
Monday, December 8, 2025
20.1 C
Bhubaneswar

ଇ-କେୱାଇସି କରିଛନ୍ତି କି? କେମିତି ଜାଣିବେ ସଦ୍ୟତମ ସ୍ଥିତି

ଡେସ୍କ: ରାଜ୍ୟର ଯୋଗ୍ୟ ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ନିଜର ତଥା ପରିବାରର ସଦସ୍ୟଙ୍କ ଆଧାର ଇ-କେୱାଇସି କରିବା ଜରୁରୀ ଅଟେ। ଇ-କେୱାଇସି କରିବା ପରେ ରାସନ ସାମଗ୍ରୀ ପାଇବାରେ କୌଣସି ଅସୁବିଧା ହେବ ନାହିଁ। ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରେ ରହୁଥିବା ଯୋଗ୍ୟ ହିତାଧିକାରୀମାନେ ସେମାନେ ରହୁଥିବା ଅଞ୍ଚଳର ଯେକୌଣସି ଖାଉଟି ସୁଲଭ ମୂଲ୍ୟ ଦୋକାନକୁ ଯାଇ ଇ-କେୱାଇସି କରାଇ ପାରିବେ।

ସୂଚନାଯୋଗ୍ୟ, ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ଓଡିଶାର ହିତାଧିକାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧ ଲକ୍ଷ ୨୫ ହଜାର ୩୧୨ ଜଣ ସେମାନେ ରହୁଥିବା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନକୁ ଯାଇ ନିଜର ଇ-କେଓ୍ୱାଇସି କରାଇ ସାରିଛନ୍ତି। ଇ-କେୱାଇସି ହୋଇଛି କି ନାହିଁ, ତାହା ଜାଣିବା ପାଇଁ ବିଭାଗୀୟ ପୋର୍ଟାଲ www.foododisha.inରେ କ୍ଲିକ କରି ଏହାକୁ ଖୋଲନ୍ତୁ ଓ ‘Know Your eKYC Status’ ଲିଙ୍କ୍‌ରେ କ୍ଲିକ୍ କରି ଯାଞ୍ଚ କରନ୍ତୁ। ପୋର୍ଟାଲ ଜରିଆରେ ଜାଣିବାକୁ ହେଲେ, ନିଜ ରାସନ କାର୍ଡ ନମ୍ବର କିମ୍ବା ଆଧାର ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ଓଟିପି ଦେଇ ନିଜ ଇ-କେଓ୍ବାଇସିର ସଦ୍ୟ ସ୍ଥିତି ଜାଣି ପାରିବେ। ହିତାଧିକାରୀମାନେ ମଧ୍ୟ କୌଣସି ସମସ୍ୟା ଥିଲେ ବିଭାଗୀୟ ଟୋଲ୍ ଫ୍ରି ନମ୍ବର ୧୯୬୭ ସହ ଯୋଗାଯୋଗ କରି ଅଧିକ ସୂଚନା ପାଇପାରିବେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories