www.samajalive.in
Monday, December 8, 2025
27.1 C
Bhubaneswar

ମୟୂରଭଞ୍ଜ ଜିଲାରେ ‘ହୋ’ ସମାଜ ପକ୍ଷରୁ ରେଳରୋକ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର ବିଭିନ୍ନ ଷ୍ଟେସନରେ ‘ହୋ’ ସମାଜ ପକ୍ଷରୁ ରେଳରୋକ କରାଯାଇଛି। ହୋ ସମାଜର କର୍ମକର୍ତ୍ତା ତିନି ଦଫା ଦାବି ନେଇ ସକାଳ ୬ଟାରୁ ବାରିପଦା, ବାଙ୍ଗିରିପୋଷୀ ଓ ରାଇରଙ୍ଗପୁର ଠାରେ ରେଳରୋକ କରିଥିଲେ। ରେଳରୋକ କରିବା ଦ୍ବାରା ରାଇରଙ୍ଗପୁର ପାସେଞ୍ଜର ଟ୍ରେନ କିଛି ସମୟ ପାଇଁ ଅଟକି ରହିଥିଲା। ରାଇରଙ୍ଗପୁର ଷ୍ଟେସନରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି।

‘ହୋ’ ସମାଜ ପକ୍ଷରୁ ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ସହ ଓଡ଼ିଶାର ଦ୍ୱିତୀୟ ରାଜଭାଷା ମାନ୍ୟତା, ଶିକ୍ଷକ ନିଯୁକ୍ତି ଓ ଅଙ୍ଗନବାଡ଼ିରୁ ବିଶ୍ୱବିଦ୍ୟାଳୟ ଯାଏ ହୋ ଭାଷାରେ ପାଠ୍ୟକ୍ରମ ପ୍ରଚଳନ ଲାଗି ଦାବି କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories