www.samajalive.in
Monday, December 8, 2025
17.1 C
Bhubaneswar

ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୫୦ ଲକ୍ଷରୁ ଅଧିକ ଟଙ୍କାର କ୍ଷତି

ରାୟଗଡ଼ା: ରାୟଗଡ଼ା କନଭେଣ୍ଟ ରୋଡରେ ଥିବା ଏସ.କେ.ମାର୍ଟ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଶୁକ୍ରବାର ଭୋର ସମୟରେ ଏହି ଲୁଗା ଦୋକାନରେ ନିଆଁ ଲାଗି ୫୦ ଲକ୍ଷରୁ ଅଧିକ ଟଙ୍କାର ଲୁଗାପଟା, ପୋଷାକ ଓ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ରାୟଗଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।‌

ସୂଚନା ପ୍ରକାରେ, ପ୍ରତିଦିନ ଭଳି ଗତକାଲି ରାତିରେ ମଧ୍ୟ ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ଭୋର ସମୟରେ କନଭେଣ୍ଟ ସ୍କୁଲ ନିକଟରେ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକମାନେ ଚାରି ମହଲା ବିଶିଷ୍ଟ ଦୋକାନରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଦମକଳ କେନ୍ଦ୍ରକୁ ସୂଚନା ଦେବା ସହ ଦୋକାନ ମାଲିକଙ୍କୁ ଫୋନ କରି ଜଣାଇଥିଲେ। ଖବର ପାଇ ଦୋକାନ ମାଲିକ ଘଟଣାସ୍ଥଳରେ ପହଞ୍ଚି ଦୋକାନର ସଟର ଖୋଲି ଦେଖିଲା ବେଳକୁ ତଳ ମହଲାରେ ନିଆଁ ବ୍ୟାପି ଯାଇଥିଲା। ଏହି ନିଆଁ ଧିରେ ଧିରେ ପ୍ରଥମ ମହଲା ଓ ଦ୍ବିତୀୟ ମହଲାକୁ ବ୍ୟାପୁଥିଲା। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ଦୋକାନ ଭିତରୁ ବାହାରୁଥିବା ନିଆଁ ଧାସ ଓ ଧୂଆଁ ଯୋଗୁଁଁ ନିଆଁ ଲିଭାଇବାରେ ଅସୁବିଧା ଉପୁଜିଥିଲା। ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ କର୍ମଚାରୀଙ୍କ ସହ ୨ଟି ପାଣି ଟାଙ୍କି ଗାଡ଼ି ନିୟୋଜିତ ହୋଇଥିଲା। ଦୋକାନୀଙ୍କ କହିବାନୁସାରେ ଦୋକାନର ତଳ ମହଲାରେ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲୁଗାପଟା ଓ ଡ୍ରେସ୍ ପୋଡି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ ଯୋଗୁଁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି ଅଗ୍ନିଶମ ବିଭାଗର ଅଧିକାରୀ ରମେଶ ଚନ୍ଦ୍ର ବେହେରା। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, ବଡ଼ ବଡ଼ ଦୋକାନ ଘର ତିଆରି କରି ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଧ୍ୟାନ ଦେଉନାହାନ୍ତି ଦୋକାନୀ ଓ ଘର ମାଲିକମାନେ। ଫଳରେ ଏଭଳି ବଡ଼ ଧରଣର ଅଗ୍ନିକାଣ୍ଡ ଘଟୁଛି ବୋଲି ଚର୍ଚ୍ଚା ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories