www.samajalive.in
Tuesday, December 9, 2025
15.1 C
Bhubaneswar

ବିଶୁଦ୍ଧ ପାନୀୟ ଜଳ ଅପଚୟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି। ମୁନ୍ଦାଏ ପାଣି ପାଇଁ ଲୋକମାନେ ଆହାକାର ହେଉଥିବାବେଳେ ଏହିଠାରେ ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି। ସଦର ମହକୁମାର ତ୍ରିପାଠୀ ସାହିରେ ଥିବା ପଏଣ୍ଟ ନିକଟରେ ପାଇପ ଫାଟି ବିଶୁଦ୍ଧ ପାନୀୟ ଜଳ ନଷ୍ଟ ହେଉଛି। କିଛି କର୍ମଚାରୀ ଏହା ଦେଖି ସେଥିରେ ଜଏଣ୍ଟ ଲଗାଇଥିଲେ। ତଥାପି ପାଣି ଲିକେଜ୍ ହେବା ବନ୍ଦ ହୋଇନି। ବରଂ ଆହୁରି ଅଧିକ ମାତ୍ରାରେ ପାଣି ବାହାରି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ସେହି ପାଇପ ଉପରେ ପଥରଗୁଡ଼ିକ ରଖି ଦେଇଛନ୍ତି। ଏହାକୁ ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି। କାର୍ଯ୍ୟ କରିବାବେଳେ ନିମ୍ନ ମାନର ପାଇପ ଲାଇନ ବିଛାଇ ବସୁଧା ଟାଙ୍କିରୁ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିଥିବାବେଳେ ସେଥିରେ ଅଧିକ ମାତ୍ରାରେ ପାଣି ଯାଉଥିବାରୁ ପାଇପକୁ ଫଟାଇ ଦେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories