www.samajalive.in
Monday, December 8, 2025
27.1 C
Bhubaneswar

ରାହୁଲଙ୍କ ଆଉ ଏକ ନିର୍ବାଚନ ପ୍ରତିଶ୍ରୁତି: ଗୃହୀତ କରାଯିବ ମହିଳା ସଂରକ୍ଷଣ ବିଧେୟକ

କୋଚିନ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପାଇଁ ଭୋଟରଙ୍କୁ ଆଉ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ମଙ୍ଗଳବାର ରାହୁଲ କହିଛନ୍ତି ଯେ କଂଗ୍ରେସ ଯଦି ଆଗାମୀ ନିର୍ବାଚନରେ କ୍ଷମତାକୁ ଫେରିବ; ତେବେ ମହିଳା ସଂରକ୍ଷଣ ବିଧେୟକକୁ ଗୃହୀତ କରାଯିବ। ରାଜ୍ୟ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣକୁ ଆସିଥିବା ବିଧେୟକ ଲୋକସଭାର ଅନୁମୋଦନ ଅପେକ୍ଷାରେ ୮ବର୍ଷ ହେଲା ପଡିରହିଛି। କୋଚିନରେ ଏକ ରାଲିକୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଏହି ମହିଳା ସଂରକ୍ଷଣ ବିଧେୟକକୁ ପ୍ରଥମେ ଗୃହୀତ କରାଯିବ। ଲୋକସଭା ନିର୍ବାଚନରେ ଅଧିକ ମହିଳା ପ୍ରାର୍ଥୀ ଦେବା ନେଇ କଂଗ୍ରେସର ଜଣେ କର୍ମୀ ପ୍ରସ୍ତାବ ଦେଇଥିବାବେଳେ ଏହାର ଉତ୍ତରରେ ରାହୁଲ ଏହି ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ସଂରକ୍ଷଣ ବିଧେୟକ ବା ୧୦୮ ସମ୍ବିଧାନ ସଂଶୋଧନ ବିଧେୟକ ୨୦୧୦ରେ ରାଜ୍ୟସଭାରେ ଗୃହୀତ ହୋଇସାରିଛି। ତେବେ ଏହା ଲୋକସଭାର ଅନୁମୋଦନ ଅପେକ୍ଷାରେ ୮ବର୍ଷ ହେଲା ପଡିରହିଛି। ଏହି ବିଧେୟକକୁ ଗୃହୀତ କରାଇବା ଲାଗି ୨୦୧୮ରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଲୋକସଭା ନିର୍ବାଚନ ପାଇଁ ରାହୁଲ ତାଙ୍କ ପ୍ରଥମ ପ୍ରତିଶ୍ରୁତିରେ ଗରିବଙ୍କୁ ନିଶ୍ଚିତ ରୋଜଗାର ସୁବିଧା ଯୋଗାଇ ଦେବାକୁ କହିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories