www.samajalive.in
Tuesday, December 9, 2025
17.1 C
Bhubaneswar

ରାଫେଲ ପ୍ରସଙ୍ଗ ପରେ ପାରିକରଙ୍କୁ ଭେଟିଲେ ରାହୁୁଲ୍‍

ନୂଆଦିଲ୍ଲୀ: ରାଫେଲ ପ୍ରସଙ୍ଗରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିବା ପରେ ଗୋଆ ମୁଖ୍ୟମନ୍ତ୍ରୀ ତଥା ପ୍ରାକ୍ତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପାନାଜୀସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପ୍ରବେଶ ଦୃଶ୍ୟ ରାଜନୈତିକ ମାହୋଲକୁ ସରଗରମ କରିଛି। ଏହି ଦୃଶ୍ୟ ଚର୍ଚ୍ଚାରେ ଆସିବାର କାରଣ କିଛି ଦିନ ପୂର୍ବେ ରାଫେଲ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧି ସଂସଦଠାରୁ ଆରମ୍ଭ କରି ସାଧାରଣ ସଭାରେ ସ୍ୱର ତୀବ୍ର କରିଛନ୍ତି। ଲୋକସଭାରେ ଏକ ଅଡିଓ ଟେପକୁ ନେଇ ରାହୁଲ ଗାନ୍ଧି ତୁମୂଳ ହଟ୍ଟଗୋଳ କରିଥିଲେ। ଏହି ଅଡିଓ ଟେପରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ରାଫେଲ ଫାଇଲ ତାଙ୍କ ଶୋଇବା ଘରେ ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହୁଥିବା ଶୁଣିବାକୁ ମିଳିଛି। କଂଗ୍ରେସ ଏହି ଅଡିଓ ଟେପ୍‍ ସତ୍ୟ ବୋଲି ଲୋକସଭାରେ ଏହାକୁ ଚଲାଇବାକୁ ଅନୁମତି ମାଗିଥିଲେ। ତେବେ ବାଚସ୍ପତି ଉକ୍ତ ଅଡିଓ ଟେପର ସତ୍ୟାସତ୍ୟ ଯାଞ୍ଚ ନହେବା ପର୍ଯ୍ୟନ୍ତ ଏହାକୁ ଗୃହ ମଧ୍ୟରେ ଚଲାଇବାକୁ ଅନୁମତି ଦେଇ ନଥିଲେ। ଏହି ଫାଇଲ ମନୋହର ପାରିକରଙ୍କ ପାଖରେ ଥିବାରୁ ଅସୁସ୍ଥତା ସତ୍ତେ୍ୱ ତାଙ୍କ ପଦ ବଳବତ୍ତର ରହିଛି ବୋଲି କଂଗ୍ରେସ ଯୁକ୍ତି ଦର୍ଶାଇଛି।
ଅପରପକ୍ଷରେ ମନେହର ପାରିକର ଓ ରାହୁଲଙ୍କ ମଧ୍ୟରେ ରାଫେଲକୁ ନେଇ କୌଣସି ଆଲୋଚନା ହୋଇଥିଲା କି ନାହିଁ ଏ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ଏମିତିରେ ଅସୁସ୍ଥତା କାରଣରୁ ନିୟମିତ କାର୍ଯ୍ୟାଳୟରେ ଯୋଗ ଦେବା ସମ୍ଭବ ହେଉ ନାହିଁ ପାରିକରଙ୍କ ପାଇଁ।
ସୋମବାର ରାଫେଲକୁ ନେଇ ଏକାଧିକ ଟ୍ୱିଟ୍‍ କରିଛନ୍ତି ରାହୁଲ। ରାଫେଲ ଓ ଅଡିଓ ଟେପ୍‍ ପ୍ରକାଶ ପାଇବାର ୩୦ଦିନ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ଏ ସମ୍ପର୍କରେ ମାମଲା ରୁଜୁ ହୋଇ ପାରି ନାହିଁ। ଅଡିଓ ଟେପ୍‍ ଯଦି ନକଲି ତେବେ ଅଦ୍ୟାବଧି କୌଣସି ବିଭାଗ ଏହାର ଯାଞ୍ଚ କିମ୍ବା ମାମଲା ରୁଜୁ କରି ନାହାନ୍ତି କାହିଁକି ବୋଲି ରାହୁଲ ପାଲଟା ପ୍ରଶ୍ନ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ଅଭିଯୋଗ ସତ୍ୟ, ଗୋଆ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆଜି ମଧ୍ୟ ରାଫେଲ ଫାଇଲ ଅଛି। ଏହି ଫାଇଲ ପାଇଁ ଆଜିର ଦିନରେ ପ୍ରଧାନମନ୍ତ୍ରୀଙ୍କଠାରୁ ପାରିକର ଅଧିକ ଶକ୍ତିଶାଳୀ ପାଲଟିଛନ୍ତି।
ଫାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ କ୍ରୟ ପ୍ରସଙ୍ଗକୁ ନେଇ ରାହୁଲ ପୂର୍ବରୁ ଅଭିଯୋଗ କରିଛନ୍ତି। ବିଳମ୍ବିିତ ରାତିରେ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ତାଙ୍କ ପଦରୁ ହଟାଇବା କାରଣ ସେ ରାଫେଲ ଉପରେ ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ଆଲୋକ ବର୍ମା ତାଙ୍କ ପଦରେ ପୁଣି ଥରେ ଫେରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ରାଫେଲ ପ୍ରସଙ୍ଗରେ କୌଣସି ମତେ ରକ୍ଷା ପାଇବେ ନାହିଁ ବୋଲି ରାହୁଲ ଯୁକ୍ତି ବାଢିଛନ୍ତି। ଅପରପକ୍ଷରେ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ସୀତାରମନ୍‍ଙ୍କ ବକ୍ତବ୍ୟ ରାହୁଲଙ୍କୁ ମାତ୍‍ ଦେଇଥିଲା। ରାହୁଲଙ୍କ ଯୁକ୍ତିକୁ ଖଣ୍ଡନ କରି ସୀତାରମନ ରାଫେଲ ପ୍ରସଙ୍ଗରେ ହାଲର ଭୂମିକା ପାଇଁ କଂଗ୍ରେସ ସରକାରଙ୍କୁ ଦାୟୀ କରିଥିଲେ। ଦୀର୍ଘ ବର୍ଷର କଂଗ୍ରେସ ଶାସନର ପ୍ରଭାବରେ ହାଲ କାଳକ୍ରମେ ବେହାଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ରାଫେଲ ପରି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର ନିର୍ମାଣ ପାଇଁ ହାଲ ପାଖରେ ସାମର୍ଥ ନାହିଁ। ତେଣୁ ରାଫେଲ ଯନ୍ତ୍ରାଶଂ ନିର୍ମାଣ ପାଇଁ ଘରୋଇ ସଂସ୍ଥାଙ୍କୁ ଆଗକୁ ଆସିବାକୁ ଆହ୍ୱାନ ଦିଆଯାଇ ଥିଲା। ଯାହା ଦାସଲ୍ଡ ପରି ଫ୍ରାନ୍ସ କମ୍ପାନୀଙ୍କ ପ୍ରତ୍ୟକ୍ଷତାରେ ଚୟନ କରାଯାଇ ଥିଲା। ଏଭଳି ବ୍ୟବସ୍ଥାରେ ରାହୁଲ କେବଳ ଦେଶବାସୀଙ୍କୁ ମିଛକଥା କହି ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସୀତାରମନ ସ୍ପଷ୍ଟ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories