ସରକାରୀ ବସରେ ମାଓ ବ୍ୟାନର
ନୂଆପଡା : ନୁଆପଡା ଜିଲା ବୋଡେନ ଥାନା .ଅଞ୍ଚଳରେ ଏକ ବସରେ ମାଓବାଦୀଙ୍କ ବ୍ୟାନର ଦେଖିବାକୁ ମିଳିଛି। ବସଟି ସରକାରୀ ବସ ବୋଲି ଜଣାପଡିଛି। ଭଇଁଷାଦାନୀରୁ ନୁଆପଡା ଯାଉଥିବା ବିଜୁ ଗାଁ ଗାଡିରେ ବ୍ୟାନଟି ଦେଖିବାକୁ ମିଳିଛି। ବ୍ୟାନରେ ଜାନୁଆରୀ ୩୧ ତାରିଖରେ ଭାରତ ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ ଯେ, ବ୍ୟାନରଟି ଓଡିଶା ରାଜ୍ୟ ମାଓବାଦୀ କମିଟି ପକ୍ଷରୁ ଲଗାଯାଇଥିବା ଜଣାପଡିଛି। ସୋମବାର ରାତିରେ ୭ରୁ ୮ଜଣ ମାଓବାଦୀ ଆସି ଉକ୍ତ ବ୍ୟାନରଟିକୁ ଲଗାଇ ଦେଇଯାଇଥିବା କୁହାଯାଉଛି। ନିରୀହ ଲୋକମାନଙ୍କ ଉପରେ ଯବାନଙ୍କ ଆକ୍ରମଣକୁ ମଧ୍ୟ ପ୍ରତିବାଦ କରାଯାଇଛି। ନୂଆପଡା ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ବ୍ୟାନରଟିକୁ ଖୋଲି ନେଇଯାଇଥିବା ଜଣାପଡିଛି।