www.samajalive.in
Tuesday, December 9, 2025
16.1 C
Bhubaneswar

୧୯ରେ ୧୯ ବର୍ଷର ଶାସନ ସମାପ୍ତ କରନ୍ତୁ: ଶାହା

ସାଲେପୁର: ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଉତ୍କଳ ପ୍ରଦେଶରେ ମଜବୁର ସରକାର କିମ୍ବା ମଜବୁତ ସରକାର ଆବଶ୍ୟକ ତାହା ରାଜ୍ୟବାସୀ ନିର୍ଣ୍ଣୟ କରନ୍ତୁ। ୨୦୧୯ରେ ବିଜେଡିର ୧୯ ବର୍ଷର ଶାସନକୁ ସମାପ୍ତ କରନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଶ୍ରୀ ଶାହା ଆହ୍ୱାନ ଦେଇଥିଲେ।
ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ଅଭିଭାଷଣ ଆରମ୍ଭ କରିଥିବା ଅମିତ ଶାହା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ। ମଧୁବାବୁଙ୍କ କାର୍ଯ୍ୟଧାରା କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ପୂର୍ବଭାରତ ଓ ଦିଲ୍ଲୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଇଂରେଜ ସରକାରଙ୍କ ବିରୋଧରେ ମଧୁବାବୁଙ୍କ ଲଢ଼େଇ ଉଲ୍ଲେଖନୀୟ ବୋଲି ଅମିତ ଶାହା କହିଥିଲେ। ଏହାପୂର୍ବରୁ ମଧୁବାବୁଙ୍କ ଜନ୍ମଭୂମି ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଉତ୍କଳଗୌରବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନୂଆ ଓଡ଼ିଶା ନିର୍ମାଣର ସଂକଳ୍ପ ନେବାକୁ ଶ୍ରୀ ଶାହା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉପଦେଶ ଦେଇଥିଲେ।
ଏହାପରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ଶ୍ରୀ ଶାହା ଓଡ଼ିଆ ଭାଷା ଓ ସଂସ୍କୃତିର ଦ୍ୱାହି ଦେଇଥିଲେ। ଶ୍ରୀ ଶାହା କହିଥିଲେ, ଓଡ଼ିଶା ଗୌରବ ଓ ସଂସ୍କୃତିକୁ ନଭଶ୍ଚୁମ୍ବୀ କରିବାର ସ୍ୱପ୍ନ କେବଳ ବିଜେପି ହିଁ କରିପାରିବ ଓ ଏଥିପାଇଁ ବିଜେପିର କର୍ମକର୍ତ୍ତା ସଂକଳ୍ପ ନିଅନ୍ତୁ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ଶାହା ଆକ୍ଷେପ କରିବାକୁ ଓଡ଼ିଆ ଭାଷା, ପାଇକ ବିଦ୍ରୋହ କାର୍ଡ ଖେଳିଥିଲେ। ଆଗାମୀ ଓଡ଼ିଶା ବିଧାନସଭା ନିର୍ବାଚନରେ ଓଡ଼ିଆ କହିପାରୁଥିବା ଓ ଜାଣିପାରୁଥିବା ଭଳି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପଦ ଲାଗି ନିର୍ବାଚିତ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଓଡ଼ିଆଙ୍କ ଦାଦନ ସମସ୍ୟା, ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଲ୍ଲେଖ କରି ଶ୍ରୀ ଶାହା କହିଲେ ଯେ ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର ଥିଲେ ମଧ୍ୟ ଓଡ଼ିଆମାନେ ଗରିବ। କାରଣ ନବୀନ ସରକାର ବିକାଶ ଚାହୁଁଚାହାନ୍ତି। ନବ ଭାରତ ଓ ନବ ଓଡ଼ିଶା ଗଠନ କେବଳ ମୋଦୀ ସରକାର ହିଁ କରିପାରିବେ।
ମୋଦୀ ସରକାର ଅମଳରେ ବିଗତ ଦିନରେ ଓଡ଼ିଶାକୁ ଦିଆଯାଇଥିବା କେନ୍ଦ୍ରୀୟ ଅନୁଦାନ ବିଷୟରେ ଉଲ୍ଲେଖ କରି ଶ୍ରୀ ଶାହା କହିଥିଲେ ଯେ ଓଡ଼ିଶାକୁ ମୋଦୀ ସରକାର ଅମଳରେ ୫ ଲକ୍ଷ ୧୩ ହଜାର କୋଟି ଟଙ୍କା ଦିଆଯାଇଥିଲେ ମଧ୍ୟ ତାହା ଗ୍ରାମର ଗରିବ ଲୋକଙ୍କ ପାଖରେ ପହଞ୍ଚିପାରିନାହିଁ। ଖଣିଜ ବିକାଶ ପାଣ୍ଠି ଆଦିବାସୀଙ୍କ ବିକାଶରେ ଲାଗିପାରିନାହିଁ। ଏପିରିକି ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷାରେ ମଧ୍ୟ ରାଜ୍ୟ ସରକାର ବିଫଳ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଶ୍ରୀ ଶାହା କହିଲେ ଯେ ରାହୁଲ ବାବାଙ୍କ ଦଳ ଚାରି ପିଢ଼ି ଧରି ଦେଶକୁ ଶାସନ କରିଥିଲେ ମଧ୍ୟ ଗରିବର ଘରେ ଚୁଲି ଜଳୁନଥିଲା। କିନ୍ତୁ ବିଜେପି ସରକାର ହେଉଛି ଗରିବ, ଦଳିତ ଓ ଆଦିବାସୀଙ୍କ ସରକାର। ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରୁ ପ୍ରତି ଗରିବ ପରିବାରର ଘରେ ଘରେ ଗ୍ୟାସ୍‍ଚୁଲା ଜଳୁଛି। ଅଧିକରୁ ଅଧିକ ଗରିବ ପରିବାର ପାଖରେ ବିଜୁଳି, ପରିମଳ, ଶୌଚାଳୟ ମିଳିପାରିଛି। କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍। କଂଗ୍ରେସ ଓ ବିଜେଡିକୁ ରାଜ୍ୟବାସୀ ସୁଯୋଗ ଦେଇଥିଲେ। କିନ୍ତୁ ଓଡ଼ିଶାର ବିକାଶ ହୋଇନାହିଁ। ୫ ବର୍ଷ ପାଇଁ ମୋଦୀଙ୍କୁ ସୁଯୋଗ ଦିଅନ୍ତୁ, ଦେଖିବେ ଓଡ଼ିଶାର ଚିତ୍ର ବଦଳିଯିବ। ପାକିସ୍ତାନରେ ସର୍ଜିକାଲ୍‍ ଷ୍ଟ୍ରାଇକ୍‍, ଜାତିସଂଘରେ ଦାମ୍ଭିକ ଭାଷଣ ଆଦି କେବଳ ମୋଦୀ ସରକାର ହିଁ କରିପାରିବେ। ୨୦୧୯ରେ ମୋଦୀଙ୍କ ସରକାର ହିଁ ଆସିବ। ଏଥିପାଇଁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଆବଶ୍ୟକ। ଆଜରି ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ୍‍ ଓରାମ୍‍, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭନ୍ନ କାର୍ଯ୍ୟଧାରା ଓ ନୀତିକୁ ସମାଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories