www.samajalive.in
Monday, December 8, 2025
27.1 C
Bhubaneswar

ଆଧାର ତଥ୍ୟ ଅପବ୍ୟବହାରକୁ ନେଇ ଅଭିଯୋଗ ଆଣିଲା ଏସବିଆଇ

ନୂଆଦିଲ୍ଲୀ: ଆଧାର ତଥ୍ୟର ଅପବ୍ୟବହାର ହେଉଛି। ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ(ୟୁଆଇଡିଏଆଇ) ନିକଟରେ ଅଭିଯୋଗ ଦାଖଲ କଲା ଷ୍ଟେଟ୍‍ ବ୍ୟାଙ୍କ ଅଫ ଇଣ୍ଡିଆ। ଏସବିଆଇର ଏଭଳି ଅଭିଯୋଗକୁ ଗ୍ରହଣ କରିବାକୁ ଆଧାର କର୍ତ୍ତୃପକ୍ଷ ରାଜି ନାହାନ୍ତି। ଆଧାର ଅପରେଟରଙ୍କ ଲଗଇନ ଓ ବାୟୋମାଟ୍ରିକ ତଥ୍ୟକୁ ବ୍ୟବହାର କରି ବେଆଇନ ଚକ୍ରାନ୍ତର ରୂପରେଖ ପ୍ରସ୍ତୁତ କରାଯାଉଛି।
ଏସବିଆଇର ଏଭଳି ଗୁରୁତର ଅଭିଯୋଗ ପରେ ମଧ୍ୟ ୟୁଆଇଡିଏଆଇ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିଶ୍ଚିନ୍ତ। ଡାଟାବେସ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ ବୋଲି କର୍ତ୍ତୃପକ୍ଷ ଦୃଢୋକ୍ତି କରିଛନ୍ତି।
ଏସବିଆଇ ସମେତ ଅନ୍ୟାନ୍ୟ ବ୍ୟାଙ୍କକୁ ଆଧାର ଡାଟାବେସ ଅପଡେଟ କରିବା ପାଇଁ ଟାର୍ଗେଟ ଦିଆଯାଇ ଥିଲା। ଏଥିପାଇଁ ଚଣ୍ଡିଗଡ଼ର ଏଫଆଇଏ ଟେକ୍ନୋଲୋଜି ସର୍ଭିର୍ସେସ୍‍ ଓ ସଞ୍ଜିବନୀ କନସଲଟେଣ୍ଟ ପ୍ରାଇଭେଟ ଲି. ନାମକ ଦୁଇଟି ଭେଣ୍ଡରଙ୍କୁ ଅନୁମତି ପ୍ରଦାନ କରାଯାଇ ଥିଲା। ଏହି ଭେଣ୍ଡରମାନେ ହରିୟାଣା, ପଞ୍ଜାବ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ପ୍ରମୁଖ ରାଜ୍ୟରେ କାର୍ଯ୍ୟ କରିଥିଲେ। ତେବେ ଗତ ୨ମାସ ମଧ୍ୟରେ ଏହି ଭେଣ୍ଡରେ କାର୍ଯ୍ୟରତ ୨୫୦ରୁ ଊଦ୍ଧ୍ୱର୍ ଅପରେଟରଙ୍କୁ ଦଣ୍ଡିତ କରାଯାଇଛି। ସେମାନଙ୍କ ଆଧାର ଡାଟାବେସ ଲଗଇନକୁ ନିଷ୍କ୍ରିୟ କରାଯିବା ସହ ସେମାନଙ୍କ ଆଇଡିକୁ ବ୍ଲାକଲିଷ୍ଟ କରାଯାଇଛି। ଏହା ଦ୍ୱାରା ଏସବିଆଇର ବିଭିନ୍ନ ଶାଖାରେ ଆଧାର ଡାଟାବେସ ଅପଡେଟ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ଟାର୍ଗେଟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ ହୋଇ ପାରିନାହିଁ।
ଦଣ୍ଡିତ ଜନୈକ ଅପରେଟର ମାସକୁ ୧୦ହଜାର ଟଙ୍କା ଦରମା ପାଉଥିବାବେଳେ ୟୁଆଇଡିଏଆଇ ପକ୍ଷରୁ ତାଙ୍କୁ ୩୩ଲକ୍ଷ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛି। ୟୁଆଇଡିଏଆଇ ମୁତାବକ ବିକ୍ରମ ନାମକ ୪୦ବର୍ଷିୟ ଏହି ବ୍ୟକ୍ତି ତାଙ୍କ ଲଗଇନ ଆଇଡି ଦ୍ୱାରା ମିଥ୍ୟା ତଥ୍ୟ ପ୍ରଦାନ କରି ବେଆଇନ ଆଧାର କାର୍ଡ଼ ପ୍ରସ୍ତୁତ କରିଥିଲେ। ଅପରପକ୍ଷରେ ଏସବିଆଇର ଅଭିଯୋଗ ମୁତାବକ ୟୁଆଇଡିଏଆଇ ସର୍ଭର ସୁରକ୍ଷାରେ ତ୍ରୁଟି ଥିବାରୁ ହ୍ୟାକରମାନେ ସିଷ୍ଟମରେ ବଦଳ କରିବାରେ ସଫଳ ହୋଇଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories