www.samajalive.in
Monday, December 8, 2025
27.1 C
Bhubaneswar

ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼଼ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

ଡେସ୍କ: ଆକର୍ଷଣୀୟ ପରିବେଶ ଭିତରେ ଆରମ୍ଭ ହୋଇଛି ୭୭ତମ ବରଗଡ଼଼ ଧନୁଯାତ୍ରା ମହୋତ୍ସବ। ଶୁକ୍ରବାର ସନ୍ଧ୍ୟାରେ ଏକ ରାଜକୀୟ ଶୋଭାଯାତ୍ରାରେ ମଥୁରା ନଗରୀର ମହାରାଜା ଉଗ୍ରସେନ ହାତୀପିଠିରେ ବସି ହାଟପଦାସ୍ଥିତ ରାଜ ଦରବାରରେ ପହଞ୍ଚିଥିଲେ। ରାଜସଭାକୁ ବହୁ ଅତିଥି ନିମନ୍ତ୍ରିତ ହୋଇ ଆସିଥିଲେ। କାର୍ଯ୍ୟକ୍ରମକୁ ବରଗଡ଼଼ ସାଂସଦ ପ୍ରଦୀପ ପୁରୋହିତ ଉଦଘାଟନ କରିଥିଲେ।

ପ୍ରଥମ ଦିନ ରାଜଦରବାର କାର୍ଯ୍ୟକ୍ରମରେ ବରଗଡ଼଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡ଼଼ତିଆ, ବରଗଡ଼଼ ପୌରପାଳିକାର ଅଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଏସପି ପ୍ରହଲ୍ଲାଦ ସହାଇ ମୀନା, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଓ ମଧୁଛନ୍ଦା ସାହୁ ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

- Advertisement -

ମଥୁରା ନଗରୀର ମହାରାଜା ଉଗ୍ରସେନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବହୁ ସଂଖ୍ୟାରେ ସ୍ଥାନୀୟ ଦର୍ଶକ ଓ ପର୍ଯ୍ୟଟକ ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି ଅବସରରେ ଦରବାରରେ କଂସ ମହାରାଜାଙ୍କ ସ୍ୱତନ୍ତ୍ର ମାସ୍କ ଓ ଟି-ସାର୍ଟ ଲୋକାର୍ପଣ କରାଯାଇଥିଲା।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories