www.samajalive.in
Sunday, December 7, 2025
15.1 C
Bhubaneswar

ଲାଞ୍ଜିଗଡ଼ର ୩ ପର୍ଯ୍ୟଟନ ସ୍ଥଳୀ ପାଇଁ ୨ କୋଟି ୭୪ ଲକ୍ଷ ୨୦ ହଜାର ଅନୁଦାନ; ଗଦଗଦା ଓ ଗୋପାଳପୁର ପାଇଁ ଦାବି

ଲାଞ୍ଜିଗଡ଼: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୪୬ଗୋଟି ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀର ଉନ୍ନୟନ ପାଇଁ ୪୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାରଙ୍କ ତରଫରୁ ଜିଲ୍ଲା ପାଇଁ ଥରକେ ଏତେ ପରିମାଣର ଅନୁଦାନକୁ ନେଇ ଜିଲ୍ଲାବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି। ତେବେ ଲାଞ୍ଜିଗଡ଼ ବ୍ଲକର ୩ ପର୍ଯ୍ୟଟନ ସ୍ଥଳୀ ପାଇଁ ମୋଟ୍‌ ୨ କୋଟି ୭୪ ଲକ୍ଷ ୨୦ ହଜାର ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ଭଟାଙ୍ଗପଦର ପଞ୍ଚାୟତ ରାବଣ ଦୋରୋ ଜଳପ୍ରପାତର ଉନ୍ନୟନ ପାଇଁ ୪୯. ୨୦ ଲକ୍ଷ, ଗୁଣ୍ଡରୀ ପଞ୍ଚାୟତ ସୋସପଦର ଜଳପ୍ରପାତର ଉନ୍ନୟନ ପାଇଁ ୭୮ ଲକ୍ଷ ଓ ବିଜେପୁରସ୍ଥିତ ପ୍ରସିଦ୍ଧ କନକଦୁର୍ଗା ମନ୍ଦିର ଉନ୍ନୟନ ପାଇଁ ୧ କୋଟି ୪୭ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରାଯାଇଛି। ଏହାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହିତ ମୋହନ ମାଝୀଙ୍କ ସରକାରକୁ ଧନ୍ୟବାଦ ଜଣାଇଛନ୍ତି।

ତେବେ ବ୍ଲକର ଚର୍ଚ୍ଚିତ ଲାଞ୍ଜି ପଞ୍ଚାୟତ ଗଦଗଦା ଜଳପ୍ରପାତର ଉନ୍ନୟନ ପାଇଁ ୧ କୋଟି ଓ ବ୍ଲକର ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁରସ୍ଥିତ ପ୍ରସ୍ତାବିତ ବୁଦ୍ଧ ବିହାର ପାଇଁ ୨ କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ ପାଇଁ ଦାବି ହୋଇଛି। ଇଂରାଜୀ ନୂଆବର୍ଷର ପ୍ରଥମ କାର୍ଯ୍ୟ ଦିବସରେ ଏନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ଯୁବ ସମାଜସେବୀ ତଥା ସାମ୍ବାଦିକ ଓ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି ସୁଶୀଲ କୁମାର ବାଗ। ରାଜ୍ୟ ପର୍ଯ୍ୟଟନ ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ସୁଶୀଲ ଦାବି କରିବା ସହିତ ଏହାର ପ୍ରତିଲିପି ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ମାଳବିକା ଦେଓଙ୍କୁ ପ୍ରେରଣ କରିଛନ୍ତି। ଏହାସହିତ ରାଜ୍ୟ ସରକାର ନିଶ୍ଚିତ ଭାବରେ ଏଥିପାଇଁ ପଦକ୍ଷେପ ନେଇ ଅନୁଦାନ ଯୋଗାଇଦେବେ ବୋଲି ସେ ଆଶାପୋଷଣ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories