www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରିୟଙ୍କା ହେବେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ : ଗଣତନ୍ତ୍ରରେ ରାଜନୀତି ଏକ ବାସ୍ତବ ପ୍ରକ୍ରିୟା। ଅନ୍ୟପଟେ ଜ୍ୟୋତିଷ ବିଦ୍ୟା ଅନ୍ଧାର​‌lj ବାଡି ବୁଲାଇବା ଭଳି ଏକ ବିଷୟ ବସ୍ତୁ। କେବଳ ଅନ୍ଧବିଶ୍ବାସୀ ବ୍ୟକ୍ତି ହିଁ ପ୍ରତ୍ୟକ୍ଷ ରାଜନୀତି ଓ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ମଧ୍ୟରେ ସମ୍ପର୍କର ସୂତ୍ର ଟଣିପାରନ୍ତି। ମାତ୍ର ଏଭଳି ଅନେକ ନଜିର ରହିଛି ଯେଉଁଠି ସଂଯୋଗ ବଶତଃ ଜ୍ୟୋର୍ତିବିଦଙ୍କ ଭବିଷ୍ୟବାଣୀ ବାସ୍ତବ ରୂପ ନେଇଛି। ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍‌ଥାନ ଏହାର ଏକ ବଳିଷ୍ଠ ଉଦାହରଣ। କାରଣ ଏକଦା ଗୁଜରାଟର ମୁଖ୍ୟମନ୍ତ୍ରୀ ତଥା ବିକାଶ ପୁରୁଷ ଭାବେ ଖ୍ୟାତି ଅର୍ଜନ କରିଥିବା ମୋଦୀ ଯେ ରାଷ୍ଟ୍ରୀୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ତାହା ୨୦୦୯ରେ ଜଣେ ଅଭିଜ୍ଞ ଜ୍ୟୋର୍ତିବିଦ ନବୀନ ଖନ୍ନା (ଟାଇମ୍ସ ଅଫ ଇଣ୍ଡିଆରେ ୨୦୦୯ ମେ’ ୧୧ରେ ପ୍ରକାଶିତ ରିପୋର୍ଟ ଅନୁସାରେ) ଭବିଷ୍ୟବାଣୀ କରିଥିଲେ। ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଏବେ ୫ ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛନ୍ତି। ତେବେ ଗାନ୍ଧୀ ପରିବାରର ଅନ୍ୟତମ ଦାୟଦ ପ୍ରିୟଙ୍କା ଗାନ୍ଧୀ ୪୭ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ପଦ ଅଳଂଙ୍କୃତ କରିବେ ବୋଲି ଜ୍ୟୋର୍ତିବିଦ ନବୀନ ୨୦୦୪ରେ ଭବିଷ୍ୟବାଣୀ କରିଥିଲେ। ତାଙ୍କ ପୂର୍ବରୁ ୧୯୯୩ରେ ତାମିଲନାଡୁର ଜ୍ୟୋତିଷ ୟାଗବା ମଧ୍ୟ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ। ୧୯୯୩ ନଭେମ୍ବର ୧୮ରେ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା।
ଏହି ଭବିଷ୍ୟବାଣୀ ଏବେ କ୍ରମସଃ ବାସ୍ତବ ରୂପ ଧାରଣ କରିବା ଆଡକୁ ଅଗ୍ରସର ହେଉଥିବା କୁହାଯାଇପାରେ। କାରଣ ରାଜନୀତିଠାରୁ ସମ୍ପୂର୍ଣ୍ଣ ଦୂରେଇ ରହି ସାଧାରଣ ଜୀବନାଯାପନ କରିବାକୁ ଏକଦା ଆଗ୍ରହୀ ଥିବା ୪୭ ବର୍ଷ ବୟସ୍କ ପ୍ରିୟଙ୍କା ଧୀରେ ଧୀରେ ସକ୍ରିୟ ରାଜନୀତି ଭିତରକୁ ପ୍ରବେଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେ ନିଜକୁ କେବଳ ମା’ ସୋନିଅା ଗାନ୍ଧୀ ଏବଂ ଭାଇ ରାହୁଲ ଗାନ୍ଧୀଙ୍କ ପାଇଁ ନିର୍ବାଚନ ପ୍ରଚାର ମଧ୍ୟରେ ସୀମିତ ରଖିଥିଲେ। କଂଗ୍ରେସର ଏକ ବହୁ ପ୍ରତିକ୍ଷିତ ପଦକ୍ଷେପ ସ୍ବରୂପ ତାଙ୍କୁ ଏବେ ଏଆଇସିସି ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ପୂର୍ବ ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନ ସମେତ ଦକ୍ଷିଣରେ ବି ସେ ପ୍ରଚାର କାର୍ଯ୍ୟ ସମ୍ଭାଳିବେ ବୋଲି ଦଳ ସ୍ଥିର କରିଛି। ପ୍ରିୟଙ୍କା ମଧ୍ୟ ଏହି ଦାୟିତ୍ବ (ଚ୍ୟାଲେଞ୍ଜ)କୁ ସାଦରେ ଗ୍ରହଣ କରିଥିବା ଜଣାଯାଏ। ଅନ୍ୟପଟେ ମା’ ସୋନିଆଙ୍କ ଅସୁସ୍ଥତା କାରଣରୁ ସେ ରାୟବରେଲିରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଆଲୋଚନା ହେଉଛି। କୁହାଯାଏ ରାଜନୀତିରେ ଘଡିକେ ଘୋଡା ଛୁଟେ। ପରିସ୍ଥିତିରୁ ସାଉଁଟା ଅଭିଜ୍ଞତାକୁ ଭିତ୍ତି କରି ଦେଶର ଆଧୁନିକ ଚିନ୍ତାସମ୍ପନ୍ନ ଭୋଟର ଯଦି ଏଥର ସମସ୍ତ ରାଜନୈତିକ ସମୀକରଣ ଓ କଳ୍ପନା ଜଳ୍ପନାକୁ ପରିବର୍ତ୍ତନ କରିବା ଭଳି କିଛି ନିଷ୍ପତ୍ତି ନିଅନ୍ତି ସେଭଳି ସ୍ଥଳେ ପ୍ରିୟଙ୍କାଙ୍କ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।
ଉଲ୍ଲେଖ ଯେ, ୨୦୦୪ ମାର୍ଚ୍ଚ ୧୫ରେ ପ୍ରିୟଙ୍କାଙ୍କୁ ନେଇ ନବୀନଙ୍କ ଭବିଷ୍ୟବାଣୀ ସମ୍ବନ୍ଧୀୟ ରିପୋର୍ଟ ‘ଇଣ୍ଡିଆ ଟୁଡେ’ରେ ପ୍ରକାଶ ପାଇଥିଲା। ଏଥି​‌େ​‌ର ନବୀନ କହିଥିଲେ, ସୋନିଆ ଆଦୌ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ବରଂ ମନ୍ତ୍ରୀମଣ୍ଡଳର ଅନ୍ୟ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବେ। ଉକ୍ତ ବର୍ଷ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ। ଅବଶ୍ୟ ପତ୍ରିକାର ଉକ୍ତ ସଂଖ୍ୟାରେ ପ୍ରକାଶିତ ନବୀନଙ୍କ ଅନ୍ୟ ଭବିଷ୍ୟବାଣୀ ସତ୍ୟ ହେଇ ନ ଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories