www.samajalive.in
Monday, December 8, 2025
17.1 C
Bhubaneswar

ଅର୍ଥଶାସ୍ତ୍ରୀ ମନମୋହନ: ଅର୍ଥାଭାବରୁ ଦିନେ ଚକୋଲେଟ ଖାଇ କାଟୁଥିଲେ ଦିନ

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଛି। ​‌ସେ କେବଳ ପ୍ରଧାନମନ୍ତ୍ରୀ ନ ଥିଲେ, ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ସାରା ବିଶ୍ଵରେ ପରିଚିତ ଥିଲେ। ତେବେ ଏହି ଅର୍ଥନୀତିଜ୍ଞଙ୍କ ଜୀବନଶୈଳୀ ଥିଲା ଅତି ସାଧାରଣ। ଏକଦା ଅର୍ଥାଭାବ ଯୋଗୁ ଦୁଃଖକଷ୍ଟରେ ତାଙ୍କ ଦିନ କଟୁଥିଲା। ଖାଦ୍ୟ ଖାଇବାକୁ ପଇସା ନ ଥିବାରୁ ୬ ପଇସାର ଚକୋଲେଟ ଖାଇ ସେ ନିଜର କ୍ଷୁଧା ନିବାରଣ କରୁଥିଲେ। ଏଭଳି ଥିଲେ ମନମୋହନ। ଜୀବନ ସାରା ସେ କାହାଠାରୁ ଟଙ୍କା ଉଦ୍ଧାର କରି ନ ଥିଲେ। ମନମୋହନଙ୍କ ଝିଅ ଦମନ ସିଂହ ନିଜ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି।

ଝିଅ ଦମନ ସିଂହ ଲେଖିଥିବା ପୁସ୍ତକ ‘ଷ୍ଟ୍ରିକ୍ଟଲି ପର୍ସନାଲ: ମନମୋହନ ଆଣ୍ଡ ଗୁରଶରଣ’ ୨୦୧୪ରେ ପ୍ରକାଶିତ ହୋଇଥିଲା। ଏଥିରେ ସେ ନିଜ ମାତା-ପିତାଙ୍କ ଜୀବନୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ମନମୋହନଙ୍କ ଜନ୍ମ ପଞ୍ଜାବ ପ୍ରଦେଶର ପଶ୍ଚିମାଞ୍ଚଳର ଏକ ଗାଁ ଗାହ(ସେତେବେଳେ ପାକିସ୍ତାନରେ ଥିଲା)ରେ ହୋଇଥିଲେ। କେମ୍ବ୍ରିଜରେ ଅଧ୍ୟୟନ ସମୟରେ ମନମୋହନଙ୍କ ଜୀବନ କିପରି କଟିଥିଲା ସେ ବିଷୟରେ ଦମନ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

- Advertisement -

ସେ ଲେଖିଛନ୍ତି, ୧୯୫୦ ଦଶକର ମଧ୍ୟଭାଗରେ ମନମୋହନ ଛାତ୍ରବୃତ୍ତି ପାଇ କ୍ରେମ୍ବ୍ରିଜ ବିଶ୍ଵବିଦ୍ୟାଳରେ ଅଧ୍ୟୟନ କରୁଥିଲେ। ତାଙ୍କ ପଢ଼ିବା ଖର୍ଚ୍ଚ ବର୍ଷକୁ ୬୦୦ ପାଉଣ୍ଡ ଥିଲା। କିନ୍ତୁ ପଞ୍ଜାବ ବିଶ୍ଵବିଦ୍ୟାଳୟରୁ ତାଙ୍କୁ ଛାତ୍ରବୃତ୍ତି ବାବଦରେ ୧୬୦ ପାଉଣ୍ଡ ମିଳୁଥିଲା। ତେଣୁ ସେ ସମୟରେ ତାଙ୍କୁ ବହୁ ଅର୍ଥାଭାବର ସମ୍ମୁଖୀନ ହେବାକୁ ପଡ଼ଥିଲା। ଅନେକ ଥର ଏପରି ହୋଇଛି ଯେ ତାଙ୍କ ପାଖରେ ଖାଇବାକୁ ବି ପଇସା ନ ଥାଏ। ତେଣୁ ସେ ୬ ପଇସାରେ ଗୋଟିଏ ଚକୋଲେଟ ଖାଇ ଦିନ କାଟି ଦେଉଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories